ବେଲଗୁଣ୍ଠା, ୦୩/୦୯, -(ଶିବରାମ ଚୌଧୁରୀ )-ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ କ୍ଷତ୍ରିୟବରପୁରଠାରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ଏନ ଏସ ଏସ ଶାଖା, ମହିଳା ଏବ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଗିରିଧର ନୟାକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକ ICDS ସୁପରଭାଇଜର ଶ୍ରୀମତୀ ବିଜୟଲଷ୍ମୀ ଗୌଡ଼ ପରିଚାଳନାକରିଥିବା ବେଳେ ପୋଷଣ ବିଭାଗର ଅଧିକାରୀ ମାନସ ରଞ୍ଜନ ଦାସ ଶୂନ ରୁ ଛଅ ବର୍ଷର ଶିଶୁ ମାନଙ୍କ ଉନ୍ନତି ସକାଶେ ଓଡିଶା ସରକାରଙ୍କ ସୁପୋଷିତ ମିଶନ ବିଷୟରେ ତାଲିମ ପ୍ରାପ୍ତ ସ୍ଵେଛାସେବୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିବା ସହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ. ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଲକର ଚାରି ଜଣ ସେକ୍ଟର ର ସୁପରଭାଇଜର , ପ୍ରତ୍ୟେକ ସେଣ୍ଟର ଅଙ୍ଗନବାଡି କର୍ମୀ, ଆଶା ଓ ଆମ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ବରିଷ୍ଠ ପ୍ରଫେସର ବିଦ୍ୟାଧର ସ୍ୱାଇଁ, ପ୍ରଶାସନିକ ଅଧିକାରୀ ଡ଼ଃ ଇ . ରବିନାରାୟଣ ପାତ୍ର, ବିପ୍ରଚରଣ ତ୍ରିପାଠୀ , ଓଡ଼ିଆ ବିଭାଗର ଅଧ୍ୟାପକ, ସଞ୍ଜତ କୁମାର ଦାସ,ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରଞ୍ଜତ କୁମାର ଦାସ, ରାଜନୀତି ବିଜ୍ଞାନର ଅଧ୍ୟାପକ ଅନିଲ କୁମାର ସ୍ୱାଇଁ, ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଅନିତା ତ୍ରିପାଠୀ, ଇଂଲିଶ ବିଭାଗର ଅଧ୍ୟାପିକା ସୁଶ୍ରୀ ଧରିତ୍ରୀ ରାଣୀ ବିଷାଇ, ଗଣିତ ବିଭାଗର ଅଧ୍ୟାପିକା ସୁଶ୍ରୀ କେ ସ୍ଵାତି ରାଓ, ଅର୍ଥ ନୀତି ବିଭାଗର ଅଧ୍ୟାପକ ଦେବଦତ୍ତ ଗୌଡ଼, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ଆରତୀ ସେଠୀ,ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରି ପ୍ରଭୁତି ଉପସ୍ଥିତ ହୋଇ ସହଯୋଗ କରିଥିଲେ. ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସିମାଞ୍ଚଳ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ.
Sign in
Sign in
Recover your password.
A password will be e-mailed to you.