ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନଷ୍ଠିତ l

8


ହିଞ୍ଜିଳିକାଟୁ:୩/୯/୨୬(ରଜତ ପଟ୍ଟନାୟକ)କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍ ଗୁରୁତ୍ୱ ପ୍ରଦାନ କରୁଛନ୍ତି।ତେଣୁ ଗ୍ରାମାଞ୍ଚଳର କୋମଳମତି ଛାତ୍ର ଛାତ୍ରୀ ମାନଙ୍କଠାରେ ଥିବା ଲୁ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚକୁ ଆଣି ରାଜ୍ୟ ଓ ଦେଶପାଇଁ ଯଶ ଅର୍ଜନ କରିବା ସେହି ବିଦ୍ୟାଳୟ ସ୍ତରୀୟ କ୍ରୀଡା ଆୟୋଜନ ଏକ ଦୃଢ଼ ମଧ୍ୟମ।ଏହି ମର୍ମରେ ହିଂଜିଳିକାଟୁ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଗଞ୍ଜାମ ଆନୁକୂଲ୍ୟରେ ରାଳବ ପଞ୍ଚାୟତଧିନ ଆଲପୂର ହାଇସ୍କୁଲ ଖେଳ ପଡ଼ିଆରେ ଜୋନ୍ ୧ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଲବ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଆଲପୂର ହାଇସ୍କୁଲର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ଦଳାଇ ସମ୍ମାନିତ ଅତିଥି ରୂପେ ଯୋଗଦେଇ କ୍ରୀଡ଼ାର ଏହି ମହାକୁମ୍ଭର ଉଦଘାଟନ କରିଥିଲେ।ଆଲପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାଶପତି ଦାଶ ମଞ୍ଚ ପରିଚାଳନା କରିଥିବାବେଳେ ସ୍ଥାନୀୟ ୟୁ ପି ଏସ ଆଲପୁରର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଗୌଡ ଅତିଥି ପରିଚୟ କରିଥିଲେ।ପ୍ରଦୀପ ପ୍ରଜ୍ୱଳନ ପରେ ବିଇଓ ଚାନ୍ଦିନୀ ପଣ୍ଡା ମହୋଦୟା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ପ୍ରକାଶ ଥାଉ କି ଜୋନ୍ ୧ ରୁ ୯ ଗୋଟି ଓ ଜୋନ୍ ୨ ରୁ ୧୧ ଗୋଟି ବିଦ୍ୟାଳୟ ର ୧୪ ଓ ୧୭ ବର୍ଷ ବୟସର ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।କୃତି ପ୍ରତି ଯୋଗୀମାନେ ଆସନ୍ତା ୭ ଓ ୮ ତାରିଖ ରେ ବ୍ଲକ ସ୍ତରୀୟ ପ୍ରତଯୋଗିତାରେ ପୁଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଖେଳ ଶିକ୍ଷକ ବିଭୁତି କୁମାର ପଟ୍ଟନାୟକ ଖେଳ ପରିଚାଳନାରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

Leave A Reply

Your email address will not be published.