ଭୁବନେଶ୍ୱର: “ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ଏକ ଭର୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ବକ୍ତା ଥିଲେ ନିଶାମୁକ୍ତି ଯୋଦ୍ଧା,ସହ ପ୍ରତିଷ୍ଠାତା, ସଲାମ ଜୀବନ ଟ୍ରଷ୍ଟ ର ମୁଖ୍ୟ ଡ.ମହମ୍ମଦ ଇମ୍ରାନ୍ ଅଲ୍ଲୀ । ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା “ନିଶାମୁକ୍ତ ଭାରତ ଗଠନରେ ଯୁବପିଢି ର ଭୂମିକା “।ନିଶାଦ୍ରବ୍ୟ ର ବ୍ୟବହାର ଆଜିର ସମାଜ ପାଇଁ ଏକ ଗମ୍ଭୀର,ସାମାଜିକ,ଆର୍ଥିକ ଓ ସ୍ଵାସ୍ଥ୍ୟଗତ ସମସ୍ୟା। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ନିଶାଶକ୍ତିର କାରଣ ଓ କୁପ୍ରଭାବ ସମ୍ପର୍କରେ ଯୁବପିଢି କୁ ସଚେତନ କରିବା ସହ ନିସନିବାରଣରେ ସେମାନଙ୍କର ସକ୍ରିୟ ଅଂଶ ଗ୍ରହଣ କରେଇବା। ଛାତ୍ର ଛାତ୍ରୀ ମାନେ ସଚେତନତା ଅଭିଯାନ, ଶିକ୍ଷାନୁଷ୍ଠାନ ଭିତ୍ତିକ କାର୍ଯ୍ୟକ୍ରମ, ଗଣମାଧ୍ୟମର ସଦୁପଯୋଗ,କ୍ରୀଡା ଓ ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ନିଶାକୁ ବିରୋଧ କରିପାରିବେ । ଯୁବଶକ୍ତିକୁ ସଠିକ୍ ଦିଗ ନିର୍ଦେଶ,ନୈତିକ ଶିକ୍ଷା,ରୋଜଗାର ସୁଯୋଗ ଓ ସକାରାତ୍ମକ ପରିବେଶ ପ୍ରଦାନ କରାଗଲେ ନିଶା ବିରୋଧୀ ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହୋଇପାରିବ ।
ଏହି କର୍ମଶାଳାରେ ୨ଟି ବିଶ୍ଵବିଦ୍ୟାଳୟ ଏବଂ ୧୬ ଟି ମହାବିଦ୍ୟାଳୟର ଆନୁମାନିକ ୨୫୦୦ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଅଂଶ ଗ୍ରହଣକାରୀ ଶିକ୍ଷାନୁଷ୍ଠାନ ଗୁଡିକ ହେଲେ ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ, ଗଞ୍ଜାମ , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର, ଛତ୍ରପୁର ମହିଳା ଡିଗ୍ରୀ କଲେଜ, ଗଞ୍ଜାମ, ସନ୍ତୋଷି ମା ଡିଗ୍ରୀ ଆଞ୍ଚଳିକ କଲେଜ, କେନ୍ଦୁଝର, ସରକାରୀ ମହିଳା ଡିଗ୍ରୀ କଲେଜ, ବଲାଙ୍ଗୀର, ଧର୍ମଗଡ ମହିଳା ଡିଗ୍ରୀ କଲେଜ, ଧର୍ମଗଡ, କଲାହାଣ୍ଡି, ସୁନାବେଡା ମହିଳା ଡିଗ୍ରୀ କଲେଜ, ସୁନାବେଡା, କୋରାପୁଟ , ସରକାରୀ ଡିଗ୍ରୀ କଲେଜ, ସୁନ୍ଦରଗଡ , ପଞ୍ଚାୟତ ସମିତି (ଡିଗ୍ରୀ) କଲେଜ, ବେଲପାହାଡ ବଲାଙ୍ଗୀର , ବିଷ୍ଣୁ ସାମନ୍ତରାୟ (ଡିଗ୍ରୀ) କଲେଜ, ନୁଆହାଟ, ମା ମହେଶ୍ୱରୀ ଡିଗ୍ରୀ କଲେଜ, ବୌଦ୍ଧ , ମହିଳା (ଡିଗ୍ରୀ) କଲେଜ, ଖୋର୍ଦ୍ଧା, ଉପେନ୍ଦ୍ର ନାଥ (ଡିଗ୍ରୀ) କଲେଜ, ସୋରୋ, ବାଲେଶ୍ୱର, ଆଦିବାସୀ ଡିଗ୍ରୀ କଲେଜ, ବାଲିଗୁଡା, କନ୍ଧମାଳ, ଆନନ୍ଦପୁର (ଡିଗ୍ରୀ) କଲେଜ, ଆନନ୍ଦପୁର, କେନ୍ଦୁଝର, କନକ ମଞ୍ଜରୀ ମହିଳା (ଡିଗ୍ରୀ) କଲେଜ, କେନ୍ଦୁଝର, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଖୁଣ୍ଟା, ମୟୂରଭଞ୍ଜ ଆଦି । ଏହି କର୍ମଶାଳାକୁ ପି ଆର୍ କୋଓର୍ଡିନେଟର ଚୈତାଳି ସୋମ୍ ପରିଚାଳନା କରିଥିଲେ। ଏତଦ୍ ବ୍ୟତୀତ ସଂଗଠନର ପରିଚାଳକ ଶ୍ରୀଯୁକ୍ତ ହରିହର ବଡ଼ପଣ୍ଡା ଯୋଗଦାନ କରିଥିଲେ ଏବଂ ସ୍ଵାତୀ ପ୍ରଭା ମିଶ୍ର, ପ୍ରିତି ନନ୍ଦା ମହାପାତ୍ର ଏବଂ ଅଭିରାମ ଜେନା ସୁଚାରୁରୂପେ କାର୍ଯକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ନିଶାମୁକ୍ତ ଭାରତ ଗଠନରେ ଯୁବସମାଜ ର ଭୂମିକା କେବଳ ଏକ ସାମାଜିକ ଆହ୍ଵାନ ନୁହେଁ, ବରଂ ଏକ ସୁସ୍ଥ, ସସକ୍ତ ଓ ବିକଶିତ ଭାରତ ଗଠନରେ ଆବଶ୍ୟକ ପଦକ୍ଷେପ ।