ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପର୍ଯ୍ୟାବେକ୍ଷକଙ୍କ ଗୁଣପୁର ଗସ୍ତ ।

9

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦିନ ରାୟଗଡ଼ ଜିଲ୍ଲା ଏସ ଆଇ ଆର ପର୍ଯ୍ୟବେକ୍ଷକ ତଥା ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଡି ପ୍ରଶାନ୍ତ କୁମାର ରେଡ୍ଡୀ ରାୟଗଡ଼ ଜିଲ୍ଲାକୁ ଦ୍ଵିତୀୟ ଥର ଗସ୍ତ ଅବସରରେ ଗୁଣପୁର ଉପଖଣ୍ଡ ଗସ୍ତ କରି ବିଭିନ୍ନ ବୁଥକୁ ଗସ୍ତ କରିଥିଲେ । ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନର କ୍ଷେତ୍ର ସ୍ତରୀୟ ଯାଞ୍ଚ କରିଥିଲେ । ଗୁଣପୁର ପୌର ପରିଷଦର ନିଉ କଲୋନୀ ଓ ରାମନାଗୁଡ଼ା ବ୍ଲକ ଅଧିନସ୍ତ ମଶାରୀଗୁଡା ବୁଥ ଗସ୍ତ କରି ଭୋଟର ତାଲିକାରେ ଯୋଗ, ବାଦ, ସଂଶୋଧନ ଆଦି ସମୀକ୍ଷା କରିଥିଲେ । ସ୍ୱତନ୍ତ୍ର ସଘନ ସଂଶୋଧନ ପକ୍ରିୟାରେ ଚାଲିଥିବା ସମସ୍ତ କାର୍ଯ୍ୟରେ ବିବରଣୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ରାୟଗଡ଼ ଉପ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ଟିକ ଜମାଦାର, ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନି, ଗୁଣପୁର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଗୁଣପୁର ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପାରାଣୀ ବେହେରା, ବିନୋଦ କୁମାର ଶବର, ରାୟଗଡ଼ ଡେପୁଟି କଲେକ୍ଟର ମାନୁଏଲ ପ୍ରିୟଦର୍ଶନୀ, ରାୟଗଡ଼ ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ୱାଇଁ, ଶିବ ପ୍ରସାଦ ସାହୁ, ରାଜନୈତିକ ଦଳ ତରଫରୁ ଭାରତୀୟ ଜାତୀୟ କଂଗ୍ରେସର ସୁରେଶ କୁମାର ଆଚାର୍ଯ୍ୟ, ବିଜୁ ଜନତା ଦଳର ମନୋଜ କୁମାର ପାଣି, ଭାରତୀୟ ଜନତା ପାର୍ଟିର ବନମାଳୀ ଗମାଙ୍ଗ, ବହୂଜନ ସମାଜ ପାର୍ଟିର ଲିଭିଂଷ୍ଟୋନ ଶବର ଯୋଗ ଦେଇଥିଲେ । ବୁଥ ଗୁଡିକର ସୁପର ଚେକିଙ୍ଗ ଓ କ୍ଷେତ୍ର ସ୍ତରୀୟ ଭୋଟର ତାଲିକା ଯାଞ୍ଚର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟର ଅଗ୍ରଗତିକୁ ପର୍ଯ୍ୟାବେକ୍ଷକ ସନ୍ତୋଷ ପ୍ରକାଶ କରିଥିଲେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ସ୍ୱଛ, ନିର୍ଭୁଲ, ସମୟାବଦ୍ଧ ଭାବେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ କାର୍ଯ୍ୟର ଅଗ୍ରଗତି ବିଷୟରେ ନିର୍ବାଚନ ବିଭାଗ କର୍ମଚାରୀ ଭାରତୀ ଜେନା, ସୁଶାନ୍ତ କୁମାର ଦାସ ଓ ରାଜେଶ କୁମାର ବିଷୋୟୀ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରିଥିଲେ ।

Leave A Reply

Your email address will not be published.