ଵିଶ୍ଵକର୍ମା ସମାଜ ର ବାର୍ଷିକ ଉତ୍ସବ ସ୍ୟାମଳାଇ ମନ୍ଦିରରେ ଆନନ୍ଦ ଓ ସମ୍ମାନ ସହ ପାଳିତ ହୋଇଯାଇଛି

10


ହିଞ୍ଜିଳିକାଟୁ:୩୦/୦୮/୨୬(ରଜତ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସ୍ୟାମଳାଇ ମନ୍ଦିରରେ ପ୍ରତିବର୍ଷ ହେଉଥିବା ବାର୍ଷିକ ଉତ୍ସବ ଆଜି ଆଉ ଏକ ସଫଳତାର ସାକ୍ଷୀ ହେଲା।ଏହି ବିଶେଷ ଅବସରରେ ୩୬ତାଲୁକା ଵିଶ୍ଵକର୍ମା ସମାଜ ରାଜଶ୍ରୀ ଟ୍ରଷ୍ଟ ଓ ଗଞ୍ଜାମ ଜିଲ୍ଲାର ମିଳିତ ପ୍ରୟାସ ଦ୍ୱାରା ଏହାର ଆୟୋଜନ ହୋଇଥିଲା,ଯାହା ଏକ ସାମ୍ପ୍ରଦାୟିକ ଏବଂ ସାଂସ୍କୃତିକ ମିଳନସ୍ଥଳ ଭାବେ ସମ୍ମାନିତ।ଏହି କାର୍ଯ୍ଯକ୍ରମ ଗଞ୍ଜାମ ଜିଲ୍ଲା ଵିଶ୍ଵକର୍ମା ସମାଜ ର ସଭାପତି ଅଜୟ କୁମାର ମହାରଣା ଙ୍କ ନେତୃତ୍ବରେ ହୋଇଥଲା।ମନ୍ଦିରର ପରିବେଶ ଏବଂ ଉତ୍ସବର ଆୟୋଜନ ଦେଖି ପ୍ରତ୍ୟେକ ଅତିଥି ଏବଂ ସ୍ଥାନୀୟ ଲୋକମାନେ ଏକ ଶାନ୍ତିମୟ ଓ ଆନନ୍ଦମୟ ମହୋଲର ଅନୁଭୂତି କରିଥିଲେ।ସାମୁଦାୟିକ ମିଳନ ଓ ସଂସ୍କୃତିକ ଉତ୍ସବର ଏହି ଅନୁଷ୍ଠାନ ଆମ ସମାଜର ଏକତା ଓ ସଂସ୍କୃତିକ ବିରାସତକୁ ଜୀବନ୍ତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ହୋଇଥିବା ଦେଖିବାକୁ ମିଳିଥିଲା।ଏହି ଉତ୍ସବର ପ୍ରଧାନ ଉଦ୍ଦେଶ୍ୟ ହେଉଛି ସମାଜର ସମସ୍ତଙ୍କୁ ଏକ ସାଧାରଣ ମଞ୍ଚରେ ଆଣି,ପାରମ୍ପରିକ ମୂଲ୍ୟ ଓ ସଂସ୍କୃତିକ ଉତ୍ସାହକୁ ସୁଦୃଢ କରିବା।

ବିଶ୍ୱକର୍ମା ସମାଜ ରାଜଶ୍ରୀ ଟ୍ରଷ୍ଟ ଓ ଗଞ୍ଜାମ ଜିଲ୍ଲା ମିଳିତ ଏହାର ଉଦ୍ୟମ ଏହି ଆଶାକୁ ଆଗକୁ ବଢାଇଛି। ଏହି କାର୍ଯ୍ଯକ୍ରମ କୁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମହାରାଣା।ଏହି ପରମ୍ପରାକୁ ଟସମ୍ମାନ କରି ବର୍ଷର ପ୍ରତ୍ୟେକ ଦିନ ଏହାକୁ ଜୀବନ୍ତ ରଖିବା ପାଇଁ ପ୍ରେରିତ ହେବା ଆବଶ୍ୟକ ବୋଲି ବିଭିନ୍ନ ତାଲୁକାର ସଭାପତି ମାନେ ପ୍ରଶଂସା କରିଥିଲେ।ଏହି ପ୍ରକାର ଉତ୍ସବ ଆମ ସମାଜର ସମ୍ମାନ ଓ ମିଳନ ଏବଂ ସଂସ୍କୃତିର ଆଧାର ଶକ୍ତିକୁ ଉଜାଗର କରେ।ଏହି ବାର୍ଷିକ ଉତ୍ସବରେ ୩୬ଖଣ୍ଡ ତାଲୁକା ଓ ବାହାର ରାଜ୍ୟରେ କାର୍ଯ୍ୟରତ ସଭାପତି ଓ ବିଶ୍ୱକର୍ମା ସମାଜର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।ଏହି ପାରମ୍ପରିକ ଉତ୍ସବ ଆମ ସମାଜକୁ ଅଧିକ ମଜବୁତ କରିବାସହ ଆମ ସଂସ୍କୃତିର ରଶ୍ମିକୁ ସମ୍ପ୍ରସାରିତ କରିବାରେ ସାଥି ଦେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.