ଜି.ଉଦୟଗିରି, ୦୨/୦୯(ଅବନୀ କୁମାର ପ୍ରଧାନ) ଜି.ଉଦୟଗିରି ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡି ନିଜ ସଂଗଠନ କୁ ମଜଭୁତ କରି ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି | ବୁଧବାର ସ୍ଥାନୀୟ ଆଦିବାସୀ ସାଂସ୍କୃତିକ ଭବନ ପରିସରରେ ନଗର ସଭାପତି ଅନିଲ କୁମାର ଦଳବେହେରା ଓ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଇ ଉତ୍ସାହିତ କରିଥିଲେ | ଏହି ଅବସରରେ ସଂଖ୍ୟାଲଘୁ ସେଲ ର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦିକା ଜାଲିନା ପ୍ରିୟଦର୍ଶିନୀ, ବ୍ଲକ ସଭାନେତ୍ରୀ ଲିଲିମା ପ୍ରଧାନ, ନଗର ସଭାନେତ୍ରୀ କୃତାଞ୍ଜଳି ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ସମୀର କୁମାର ପାଢ଼ୀ,ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର,ଉଦୟନାଥ ନାୟକ,କାଉଁସିଲର ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା, ସରପଞ୍ଚ ବକ୍ସି ମଲିକ,ସୁବାସ ଶତପଥୀ, କିଶୋର ଚନ୍ଦ୍ର ନାୟକ,ସୁବ୍ରତ ଆଚାର୍ଯ୍ୟ ଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ |ପୂର୍ବତନ ବ୍ଲକ ସଭାପତି ଲିଙ୍ଗରାଜ କହଁର ସମ୍ବର୍ଦ୍ଧନା ସଭା କାର୍ଯ୍ୟ ପରିଚାଳନା କରିଥିଲେ |
Sign in
Sign in
Recover your password.
A password will be e-mailed to you.