ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାପୁଆପଲ୍ଲୀ ଠାରେ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ।

7

ହିଞ୍ଜିଳିକାଟୁ;୨୯/୦୮/୨୬(ରଜତ ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଲକ୍ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ସାପୁଆପଲ୍ଲୀ ପରିସରରେ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହୋତ୍ସବରେ ଜୋନାଲ ଅଧୀନସ୍ଥ ୬ଟି ଉଚ୍ଚ ବିଦ୍ୟାଳୟ ଓ ୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୧୪ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବର୍ଗର ସର୍ବମୋଟ ୩୬୮ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ପ୍ରଧାନ ଶିକ୍ଷକ ରଜନୀକାନ୍ତ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବିକାଶ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ ଶୃଙ୍ଖଳା, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶରେ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁର ଅଧ୍ୟକ୍ଷ ଅଶୋକ ସେଠୀ,ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଅରୁଣ ସାମନ୍ତ ଓ ପି. ପର୍ଶୁରାମ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ନିଜ ପ୍ରତିଭାର ବିକାଶ ପାଇଁ ପ୍ରେରଣା ଦେଇଥିଲେ।ପ୍ରତିଯୋଗିତାରେ ଦୌଡ଼, କବାଡ଼ି,ଖୋ-ଖୋ ସମେତ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ବୃନ୍ଦ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ୍ କ୍ରୀଡ଼ା ସମ୍ପାଦକ ବିଭୂତି ପଟ୍ଟନାୟକ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ସମସ୍ତ କ୍ରୀଡ଼ା ଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଜୋନାଲ କ୍ରୀଡ଼ା ସମ୍ପାଦକ ଦୂର୍ଗା ମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି,ଆଜିର କାର୍ଯ୍ୟକ୍ରମରେ ଭାରତର ଗର୍ବ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ମଧ୍ୟ ପାଳନ କରାଯାଇଥିଲା।

Leave A Reply

Your email address will not be published.