ଓଡ଼ଗାଁ,୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ପଞ୍ଚାୟତ ଅଧୀନ ବାଉଁଶିଆ ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଓଡ଼ଗାଁ ଓ ଭାପୁର ବ୍ଲକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟଣରେ ତାଙ୍କର ଅବଦାନ ରହିଥିଲା। ଜଣେ ମେଳାପୀ, ଧର୍ମପରାୟଣ ଓ ଅମାୟିକ ବ୍ୟକ୍ତି ଭାବେ ସେ ଅଞ୍ଚଳବାସୀଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ। ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀ ବସନ୍ତ ମଞ୍ଜରୀ, ଜ୍ୟେଷ୍ଠ ପୁତ୍ର ସନ୍ତୋଷ, ପୁତ୍ରବଧୂ ରଶ୍ମିରାଣୀ, କନିଷ୍ଠ ପୁତ୍ର ନୀଳମାଧବ, ସପନ ଓ ତପନ, କନ୍ୟା ବିଷ୍ଣୁପ୍ରସାଦିନୀ, ଜାମାତା ଶରତ ଚନ୍ଦ୍ର, ନାତି ପରଂବ୍ରହ୍ମ, ନାତୁଣୀବୋହୂ ଶର୍ମିଷ୍ଠା, ଜୀବନଜ୍ୟୋତି ଓ ଦିବ୍ୟଜ୍ୟୋତି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଓଡ଼ଗାଁ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି।
Sign in
Sign in
Recover your password.
A password will be e-mailed to you.