ବିପୁଳ ପରିମାଣର ଦେଶୀ ମଦ ସହିତ ପିକଅପ ଓ ମୋଟର ସାଇକେଲ ଜବତ, ୦୨ ଗିରଫ ।

6

ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଉପ-ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନାରାଣୀ ସାହୁ ଏବଂ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ନିମପଲ୍ଲୀ ଛକ ଓ କୁପାରୀ ବଜାର ନିକଟରେ ଚଢ଼ାଉ କରାଯାଇ ୨୬୬୦ ଲିଟର ଦେଶୀ ମଦ ସହିତ ଗୋଟିଏ ମହିନ୍ଦ୍ରା ପିକଅପ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହିତ ବାଉଁଶଗଡ଼ିଆ ଗ୍ରାମର ରେଙ୍ଗା ସିଂ, ମୁହଁଚୁଆ ଗ୍ରାମର ଜୁରା ସିଂ ଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି l ଜବତ ହୋଇଥିବା ମଦ, ପିକଅପ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.