ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ଗୁଣୁପୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ମାଳ୍ୟାର୍ପଣ କରାଯାଇଛି। ଏହି ଅବସରରେ ଏହି ମହାନ ଜନନାୟକମାନଙ୍କ ଆଦର୍ଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶ୍ରଦ୍ଧାର ସହ ସ୍ମରଣ କରିବା ସହ ଜେଲ୍ ଓ ମେଡିକାଲ୍ ରେ ଫଳ ବଣ୍ଟନ କରାଯାଇଛି । ପୌର ପରିଷଦର ଦାୟିତ୍ୱ ଆଉ କେବଳ ରାସ୍ତା, ନାଳ ଓ ଆଲୋକ ମଧ୍ୟରେ ସୀମିତ ହୋଇ ରହିନାହିଁ। ସ୍ୱଚ୍ଛତା, ଘନ ଆବର୍ଜନା ପରିଚାଳନା, ପରିବେଶ ସୁରକ୍ଷା, ପାନୀୟ ଜଳ, ସହରୀୟ ଦାରିଦ୍ର୍ୟ ଦୁରୀକରଣ, ଡିଜିଟାଲ ପୌର ସେବା, ସୁନ୍ଦର ସହର ଯୋଜନା ଏବଂ ନାଗରିକଙ୍କ ଜୀବନମାନର ଉନ୍ନତି ଆଜି ଏବେ ମୁଖ୍ୟ ଦାୟିତ୍ୱ ହୋଇଯାଇଛି। ଏଥିପାଇଁ ସହର ବାସୀଙ୍କ ସହଯୋଗ ଆବଶ୍ୟକ। ସ୍ଥାନୀୟ ଗୁଣପୁର ପୌର ପରିଷଦ ପକ୍ଷରୁ ଆଜି ସ୍ବାୟତ ଶାସନ ଦିବସ ପାଳନ ଅବସରରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୌରାଧ୍ୟକ୍ଷା ମମତା ଗୌଡ ଏଭଳି କହିବା ସହ ସହର ବାସିଙ୍କ ସହଯୋଗ ଲୋଡିଥିଲେ।
ପୌର ପରିଷଦ ଓ ନାଗରିକ ଯେତେବେଳେ ଏକାଠି ହୋଇ କାମ କରିବେ, ସେତେବେଳେ ହିଁ ଗୁଣପୁରର ବିକାଶ ପ୍ରକୃତ ଅର୍ଥରେ ସଫଳ ହେବ ବୋଲି ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ କହିବା ସହ ବଂଶଧାରା ରେ ଦ୍ବିତିୟ ପୋଲ, ସହରରେ ଏକ ଅଡିଟୋରିୟମ ଓ ନୂତନ ପୌର କାର୍ଯ୍ଯାଳୟ ନିର୍ମାଣ ପାଇଁ ପୁର୍ତ୍ତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ। ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶୁଦର୍ସନ ଶବର, ବରିଷ୍ଠ କାଉନସିଲର ଭାଗିରଥି ବିଶ୍ବୋୟୀ ଓ ଦେବୀ ପ୍ରଶାଦ ଆଚାର୍ଯ୍ୟ ମଞ୍ଚାସିନ ଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ଯାପକ ଶଷିଭୂଷଣ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ତ୍ରୀନାଥ ତ୍ରିପାଠୀ ଓ ଜଗନ୍ନାଥ ପଟ୍ଟନାୟକ, ଧର୍ମ ପ୍ରଚାରକ ତ୍ରିପତି ମହାନ୍ତି, ଅଗ୍ରଣୀ ଭାରଉତ୍ତୋଳନକାରୀ ଆଡିଆ ଶବର ଏବଂ ସମାଜସେବୀ ପିଙ୍କି ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶହେରୁ ଉର୍ଦ୍ଧ ମେହେନ୍ତର ମାନଙ୍କୁ ମଧ୍ୟ ନୂତନ ପୋଷାକ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ବ୍ଯକ୍ତି ଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଇଓ ଶଙ୍ଗିତା ପଟ୍ଟନାୟକ ସଂଯୋଜନା କରିଥିଲେ।ଶେଷରେ ପୁରୁଣା ବସଷ୍ଟାଣ୍ଡ ଠାରେ ନବ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ, ବାଇପାସ୍ ଛକର ଫୁଡ ପାର୍କ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦାଣ୍ଡିଯାତ୍ରା ପ୍ରତିମୂର୍ତ୍ତି, ମରାଠିଗୁଡା ଓ ବୃନ୍ଦାବତୀ ନଗରର କମ୍ୟୁନିଟି ହଲ୍, ବିକ୍ରମପୁର ଛକର ବିଶ୍ରାମାଗାର ପ୍ରମୁଖ ପ୍ରକଳ୍ପ ଗୁଡିକର ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୁଣପୁର ପୌର ପରିଷଦ କାଉନସିଲର, ପୌର କର୍ମଚାରୀ ଓ ସହରର ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.