ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା କାର୍ଯ୍ୟକ୍ରମ,

10


ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତ ତାଲୁକ ଆଇନଗତ ସେବା କମିଟି ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ରବିବାର ବରସାହି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।
ଏଥିରେ ଦେୱାନୀ (ବରିଷ୍ଠ) ବିଭାଗ ବିଚାରପତି ରାଜେନ୍ଦ୍ର ଦାସ, ଗ୍ରାମ ନ୍ୟାୟାଧିକାରୀ ଏସ୍‌.ଆର୍‌. ତୋଷାଳୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ, କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ଉଦ୍ୟାନ ବିଭାଗର ପଙ୍କଜ ପ୍ରଧାନ, ଓଡ଼ଗାଁ ବାର ଆସୋସିଏସନ ସଭାପତି ସୁଶାନ୍ତ ମିଶ୍ର, ଏପିପି ମନୋଜ ନାୟକ ଓ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗରିବ ଲୋକଙ୍କ ପାଇଁ ମାଗଣା ଆଇନ ସହାୟତା, ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତ୍ୟକ୍ତା ଓ ଅବିବାହିତାଙ୍କ ପାଇଁ ଉପଲବ୍ଧ ଭତ୍ତା ସହ କୃଷି ଓ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ରିହାତି ଯୋଜନା ସମ୍ପର୍କରେ ପଞ୍ଚାୟତବାସୀଙ୍କୁ ସୂଚନା ଦିଆଯାଇଥିଲା। ତାଲୁକ ଆଇନ ସେବା ପ୍ରାଧିକରଣ ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବରସାହି ସରପଞ୍ଚ ଅମରେନ୍ଦ୍ର ସ୍ୱାଇଁ ସହଯୋଗ କରିଥିଲେ।

Leave A Reply

Your email address will not be published.