ଓଡ଼ଗାଁ କଲେଜରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

23


‘ସଂସ୍କୃତ ଭାଷା ଦେବତାଙ୍କ ପ୍ରିୟ ଭାଷା’: ଅଶୋକ କୁମାର ମହାପାତ୍ର


ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଶିକ୍ଷାକେନ୍ଦ୍ର ଭାବେ ପରିଚିତ ଓଡ଼ଗାଁ ରଘୁନାଥ ସମବାୟ ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସଂସ୍କୃତ ଭାଷା ଦେବତାଙ୍କ ପ୍ରିୟ ଭାଷା। ଦେବଦେବୀଙ୍କ ସହ ଭାବର ଆଦାନପ୍ରଦାନ ସଂସ୍କୃତ ଭାଷାରେ ହୋଇଥାଏ। ତେଣୁ ବିଭିନ୍ନ ମନ୍ତ୍ର, ଜପ, ଧ୍ୟାନ ଓ ପୂଜା-ଆରାଧନାରେ ସଂସ୍କୃତ ଭାଷାର ବ୍ୟବହାର ହୋଇଥାଏ।
ସେ ଆହୁରି କହିଥିଲେ ଯେ, ସଂସ୍କୃତ ଏକ ପ୍ରାଚୀନ ଭାଷା ହୋଇଥିବାବେଳେ ବିଶ୍ୱ ସାହିତ୍ୟ ଓ ଜ୍ଞାନଭଣ୍ଡାରକୁ ସଂସ୍କୃତ ସାହିତ୍ୟର ଅତୁଳନୀୟ ଅବଦାନ ରହିଛି। ତେଣୁ ଏହି ମହାନ ଭାଷା ପ୍ରତି ଆମର ସମ୍ମାନ ଓ ଆଦର ଦ୍ୱିଗୁଣିତ ହେବା ଆବଶ୍ୟକ। କାର୍ଯ୍ୟକ୍ରମରେ ନୀଳମାଧବ ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ମାନସ ରଞ୍ଜନ ଆଚାର୍ଯ୍ୟ, ଓଡ଼ଗାଁ କଲେଜର ସମାଜଶାସ୍ତ୍ର ବିଭାଗୀୟ ମୁଖ୍ୟ ସମ୍ବିଦ ପାତ୍ର ଓ ଇତିହାସ ବିଭାଗୀୟ ମୁଖ୍ୟ ନିରୋଜ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂସ୍କୃତ ସମ୍ମାନ ବିଭାଗୀୟ ମୁଖ୍ୟ ମୋହନ ଦଳେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂସ୍କୃତ ବିଭାଗର ଅଧ୍ୟାପକ ବିପିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସଂସ୍କୃତ ବିଭାଗର +୩ ତୃତୀୟ, ଦ୍ୱିତୀୟ ଓ ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି ସଂସ୍କୃତ ଦିବସ କାର୍ଯ୍ୟକ୍ରମ ସଫଳତାର ସହ ସମାପିତ ହୋଇଥିଲା ।

Leave A Reply

Your email address will not be published.