ଓଡ଼ଗାଁର ବିଶ୍ୱରଞ୍ଜନଙ୍କୁ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଆଖ୍ୟା,

18


ନିଜେ କ୍ୟାପ୍ ପିନ୍ଧାଇ ସମ୍ମାନିତ କଲେ ଜିଲ୍ଲାପାଳ


ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ କରି ଓଡ଼ଗାଁର ବିଶ୍ୱରଞ୍ଜନ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଭାବେ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁମିତା ରଥ ନିଜେ ବିଶ୍ୱରଞ୍ଜନଙ୍କୁ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ କ୍ୟାପ୍ ପିନ୍ଧାଇ ସମ୍ମାନିତ କରିଥିଲେ। ଏହି ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲାର ୫ଟି ଇନ୍‌ଡୋର ଷ୍ଟାଡିୟମରୁ ବିଭିନ୍ନ ବର୍ଗର ପ୍ରାୟ ୮୦ ଜଣ ଖେଳାଳି ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଓଡ଼ଗାଁ ଷ୍ଟାଡିୟମରୁ ୧୩, ୧୫ ଓ ୧୭ ବର୍ଷରୁ କମ୍ ବର୍ଗରେ ୧୦ ଜଣ ଖେଳାଳି ଉନ୍ନୀତ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଶ୍ୱରଞ୍ଜନ ଅନ୍ୟତମ ଥିଲେ। ପ୍ରତିଯୋଗିତାରେ ପ୍ରାୟ ୮୦ ଜଣ ଖେଳାଳିଙ୍କ ମଧ୍ୟରେ ଉଲ୍ଲେଖନୀୟ ଉତ୍ସାହ ଓ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରି ବିଶ୍ୱରଞ୍ଜନ ‘ମୋଷ୍ଟ ଏନର୍ଜେଟିକ୍ ପ୍ଲେୟାର’ ଆଖ୍ୟା ହାସଲ କରିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଏହି ସଫଳତାରେ କୋଚ୍ ତଥା ଓଡ଼ଗାଁ ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ସୋନାଲୀ ସାହୁ ଏବଂ କ୍ରୀଡ଼ାପ୍ରେମୀ ଦିବାକର ନାୟକ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।

Leave A Reply

Your email address will not be published.