ପାଇକମାଳ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ସାଇନିଙ୍ଗ ଷ୍ଟାର କାର୍ଯ୍ୟକ୍ରମ ଅନୁଷ୍ଠିତ

13

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:– ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ,ସାଧନ କର୍ମୀ ମାନଙ୍କୁ ନେଇ ଶୈକ୍ଷିକ କାର୍ଯ୍ୟକଳାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ପ୍ରବେଶିକା କାର୍ଯ୍ୟକ୍ରମ (ଇଣ୍ଡକସନ ପ୍ରୋଗ୍ରାମ) ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ଶ୍ରୀ ଚକାମନ ସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ।
ଏହି ବୈଠକରେ ସମୁଦାୟ ୩୨ ଜଣ ଛାତ୍ରଛାତ୍ରୀ ଏବଂ ୩୨ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ। ଏଥିସହ ୨୦ ଜଣ ବ୍ଲକ ସାଧନ କର୍ମୀ ଏବଂ ୨ ଜଣ ଜିଲ୍ଲା ସାଧନ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସଭା କାର୍ଯ୍ୟ ଚାଲିଥିବା ସମୟରେ ସାଧନ କର୍ମୀ ମାନେ ପ୍ରବେଶିକା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ସେମାନେ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ଏହାସହ ପିଲାମାନଙ୍କ ପାଠପଢ଼ାରେ ସହାୟତା କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା।ବୈଠକରେ ଛାତ୍ରଛାତ୍ରୀ,ଅଭିଭାବକ, ଶିକ୍ଷକ ଏବଂ ସାଧନ କର୍ମୀ, ଶିକ୍ଷକମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। ଉପସ୍ଥିତ ସମସ୍ତ ବ୍ୟକ୍ତି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ ଏବଂ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ପରିଶେଷରେ,ସଭାପତି,ମୁଖ୍ୟ ଅତିଥି,ସମ୍ମାନିତ ଅତିଥି, ସାଧନ କର୍ମୀ,ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ତଥା ସହଯୋଗ ପାଇଁ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.