ରାଜ୍ୟ ସରକାରକୁ ବଦନାମ କରିବାକୁ ସରକାରୀ ଅଧିକାରୀ ମାନଙ୍କ ଷଡ଼ଯନ୍ତ୍ର ବୋଲି କହିଲେ କାହିଁକି?
ବଲାଙ୍ଗିର: ବଲାଙ୍ଗିର ରେ ଚାଲିଥିଲା ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଅଂଶୀଦାର ପରାମର୍ଶ କର୍ମଶାଳା। ମଞ୍ଚରେ ଉପସ୍ଥିତ ଥିଲେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିସନର ଗୁହା ପୁନମ ତାପସ କୁମାର, ଅତିଥିଭାବେ ବସିଥିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଲଷ୍ମଣ ବାଗ, ନିର୍ଦେଶକ ,ସୁର୍ଯ୍ୟନାରାୟଣ ପଟ୍ଟନାୟକ,.ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର। ଆଗରୁ ସଭାପତି ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଭାଷଣ ଦେଇ ଜାଇ ସାରିଥିଲେ।
ଭାଷଣ ଆରମ୍ଭରୁ ହଠାତ ରାଗିଗଲେ ବିଧାୟକ ଲକ୍ଷ୍ମଣ ବାଗ, ଉପଯୁକ୍ତ ଭାବରେ ନିମନ୍ତ୍ରଣ କରାଯାଇନଥିବାରୁ ରାଗିଗଲେ ସେ। ବିଭାଗୀୟମନ୍ତ୍ରୀ ଟେଲିଫୋନ କଳା ରୁ ଆସିଛନ୍ତି,ବିଭାଗ ତରଫରୁ ତାଙ୍କୁ କିମ୍ବା କୌଣସି ବିଧାୟକ ଙ୍କୁ କୌଣସି ଚିଠି କରାଯାଇ ନଥିବା, ଯୋଗାଯୋଗ ମଧ୍ୟ ନଥିବା କହି ଅଫିସର ମାନେ ବର୍ତମାନ ଲୋକଙ୍କ ସରକାର, ଡବଲ ଇଞ୍ଜିନ ସରକାର ଚାଲିଥିବା ଭୁଲି ଯାଇଛନ୍ତି ବୋଲି କହି ବାହାରେ ଫୋଟୋ ଲଗେଇଦେଲେ କଣ ନିମନ୍ତ୍ରଣ ହେଲା କି ବୋଲି ପ୍ରଶ୍ନ କରିଥିଲେ। ଏହା ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅପମାନ ବୋଲି କହି,ଏହା ବିଜେପି ସରକାର କୁ ବଦନାମ. କରିବାକୁ ଏକ ଷଢଯନ୍ତ୍ର ବୋଲି ଏହି କଥାକୁବିଧାନସଭାରେ ଉଠାଇବେ ବୋଲି ସେ କହି ଥିଲେ।