17 ବର୍ଷ ରୁ କମ ବାଳକ ରେ ମାନସ ବେହେରା ଓ 15 ବର୍ଷ ରୁ କମ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ
ବଲାଙ୍ଗିର,29/8 – ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପନ ହୋଇଯାଇଅଛି ହୋଇଯାଇଅଛି । ୨ ଦିନ ବ୍ୟାପି ୧୩ ବର୍ଷ, ୧୫ ବର୍ଷ ଓ ୧୭ ବର୍ଷ ରୁ କମ ବାଳକ ବାଳିକା ଙ୍କୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ର ଆଜି ସମସ୍ତ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l
13 ବର୍ଷ ରୁ କମ ବାଳକ ଫାଇନାଲ ରେ ଅନ୍ୱେଷ ସାହୁ ଶ୍ରୀୟାଂଶ ନାୟକ ଙ୍କୁ 10/15,15/8 ଓ 15/12 ର ତିନୋଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ଏହି ବର୍ଗ ର ବାଳିକା ଫାଇନାଲ ରେ ଶ୍ଵେତାଶ୍ରୀ ନାୟକ କଳ୍ପନା ଗୌଡ଼ ଙ୍କୁ 15/4 ଓ15/2 ଓ ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି
15 ବର୍ଷ ରୁ କମ ବାଳକ ବିଭାଗ ରେ ନଭ୍ୟାନ୍ସ ନନ୍ଦ ପ୍ରତିପକ୍ଷ ଖେଳାଳୀ ନୀତିଶ ମେହେର ଙ୍କୁ 15/10,11/15 ଓ 15/13 ପଏଣ୍ଟ ବିଶିଷ୍ଟ ତିନୋଟି ଗେମ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ଏହି ବର୍ଗ ର ବାଳିକା ବିଭାଗ ରେ ନିୟତି ପଦ୍ମିନୀ ଇତିଶ୍ରୀ ମାଡକାମୀ ଙ୍କୁ 15/11,15/13 ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି l 17 ବର୍ଷ ରୁ କମ ବାଳିକା ବିଭାଗ ର ଫାଇନାଲ ରେ ମଧ୍ୟ ନିୟତି ପଦ୍ମିନୀ ପ୍ରତିଦ୍ବନ୍ଦୀ ଶ୍ଵେତାଶ୍ରୀ ନାୟକ ଙ୍କୁ 15/3 ଓ 15/0 ପଏଣ୍ଟ ରେ ହରାଇ ଚାମ୍ପିୟନ ହେବା ସହ ପ୍ରତିଯୋଗିତା ରେ ଦ୍ବିମୁକୁଟ ହାସଲ କରିଛନ୍ତି l ଏହି ବର୍ଗ ର ବାଳକ ବିଭାଗ ରେ ମାନସ ବେହେରା ପ୍ରତିଦ୍ବନ୍ଦୀ ସାଇପ୍ରସାଦ ମହାନନ୍ଦ ଙ୍କୁ 9/15, 15/7 ଓ 15/11ପଏଣ୍ଟ ରେ ହରାଇ ଚମ୍ପିୟାନ ହୋଇଛନ୍ତି l
ପ୍ରତିଯୋଗିତା ରେ ବଲାଙ୍ଗିର ଜିଲ୍ଲାର ତୁଷୁରା, ସଇଁତଲା, କଣ୍ଟାବାଞ୍ଜି, ପାଟଣାଗଡ, ବଙ୍ଗୋମୁଣ୍ଡା, ମୁରିବାହାଲ, ଲୁଇସିଂହା, ପୁଇଁନ୍ତଲା ଓ ବଲାଙ୍ଗିର ପୌରାଂଚଳ ର ୧୫୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଖେଳାଳି ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ର ଚମ୍ପିୟାନ, ରନର୍ସଅପ ଏବଂ ସେମିଫାଇନାଲିଷ୍ଟ ଖେଳାଳିମାନେ ଲେଭେଲ ୩ ରାଜ୍ୟ ଚମ୍ପିୟାନସିପ ପାଇଁ ବଲାଙ୍ଗିର ଜିଲ୍ଲା ଦଳ ତରଫରୁ ରାୟଗଡା ଠାରେ ସେପ୍ଟେମ୍ବର 25 ଆୟୋଜିତ ହେବାକୁ ଥିବା ଲେବେଲ 3 ରାଜ୍ୟ ଚମ୍ପିୟାନସିପ ପାଈଁ ପ୍ରତିନିଧିତ୍ୱ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମଦିନ ତଥା ଜାତୀୟ କ୍ରୀଡା ଦିବସ କୁ ଆହୁରି ସ୍ମରଣୀୟ କରିବା ପାଇଁ ଏ ବର୍ଷ “ଖେଳିବ ଭାରତ, ଜିତିବ ଭାରତ” ଥିମକୁ ନେଇ ସାରା ଦେଶ ରେ ୧୮ ତାରିଖ ଓ ୨୯ ତାରିଖ ଦୁଇ ଦିନ ବିଭିନ୍ନ ଖେଳ ର ପ୍ରତିଯୋଗିତା ଆୟୋଜନ ଆୟୋଜନ କରାଯାଛି । ଉଦ୍ଯାପନୀ ସମାରୋହରେ ଜିଲ୍ଲା ବେଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ସମ୍ପାଦକ ସୁରୁଲାଲ ମଟlରି ସହ ସଂପାଦକ ମାନସ ମହାନ୍ତି, ଉପଦେଷ୍ଟା ସୁଶାନ୍ତ ଚୋପଦାର,ବାସୁଦେବ ବେହେରା ପ୍ରତିଯୋଗିତାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା, ମେଚ କଣ୍ଟ୍ରୋଲ ଅନନ୍ତ ବେହେରା, ମୁଖ୍ୟ ରେଫରୀ ଚନ୍ଦ୍ରଶେଖର ମିଶ୍ର,ବୀରବର ସାହୁ ଚମ୍ପିୟାନ, ରନର୍ସ ଅପ ଏବଂ ସେମିଫାଇନାଲିଷ୍ଟ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ପ୍ରତିଯୋଗିତା ର ସଫଳ ପରିଚାଳନ ପାଈଁ ହେମନ୍ତ ପଧାନ, ପବନ ସାହୁ, ରଂଜିତ ମେହେର, ସୌରଭ ପ୍ରଧାନ, ଉପେନ୍ଦ୍ର ଚନ୍ଦନ, ଦେବବ୍ରତ କଦମ, ରାଜ କିଶୋର ଶତପଥି, ଜିତେଶ୍ୱର ରଣା, ସୋମେଶ ଆଚାର୍ଯ୍ୟ, ପ୍ରକାଶ ସାହୁ, ମୁକେଶ ରଣା, ବିନୋଦିନୀ ଠେଲା, ଉଲେସ ସେଠ, ବିଜୟନନ୍ଦ ପଟେଲ, ରେଖା ମନହିରା, ପ୍ରତିଯୋଗିତା ସଂଯୋଜକ ସୁରେନ୍ଦ୍ର ନେପାଳ, ଚିତ୍ତ ରଂଜନ ସାହୁ, ଗଜାନନ ଦାସ ବିଭିନ୍ନ ବିଭାଗ ର ଦାୟିତ୍ୱ ସମ୍ଭାଳି ଥିଲେ ।