ଓଡ଼ଗାଁ ଯୁବକଙ୍କ ଖୋର୍ଦ୍ଧାରେ ମୃତ୍ୟୁ

8


ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ଜଣେ ଯୁବକଙ୍କର ଖୋର୍ଦ୍ଧାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବିଜୟ ମହାପାତ୍ରଙ୍କ ପୁଅ ବିଭୁତି ଭୂଷଣ ମହାପାତ୍ର (୨୮)। ସେ ଖୋର୍ଦ୍ଧାରେ ରହି ଗାଡ଼ି ଚାଳକ ଭାବେ କାମ କରୁଥିଲେ।
ସୂଚନା ଅନୁଯାୟୀ, ଜଣେ ବିବାହିତା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ପଡିଥିବା ଜଣାପଡ଼ିଛି। ଏହି ସମ୍ପର୍କକୁ ନେଇ ସେ ମାନସିକ ଚାପରେ ଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ଖୋର୍ଦ୍ଧାରେ ପହଞ୍ଚିଥିଲେ। ଏନେଇ ସ୍ଥାନୀୟ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.