ଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।

17

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର ଓ ମାର୍କୋଣା ରେଲୱେ କଲୋନୀ ରେ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ ଓ ୨୩ ଲିଟର ବିଅର ଜବତ କରାଯିବା ସହିତ ରିଆ ଗ୍ରାମର ଗଙ୍ଗାଧର ମହାପାତ୍ର, ଛଚିଣ୍ଡା ଗ୍ରାମର ମନୋରଞ୍ଜନ ବେହେରା ଓ ପଦ୍ମପୁର ଗ୍ରାମର ଜୟନ୍ତ ବେହେରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା କନେଷ୍ଟବଳ ଦେବାଶିଷ ମଲ୍ଲିକ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.