ଜଗତସିଂହପୁର, ତା ୨୯/୦୮/୨୬: ଆଜି ପୂର୍ବାହ୍ନ ରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସହ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି, ଜିଲ୍ଲା କ୍ରୀଡା ସଂପାଦକ ଦୋଳଗୋବିନ୍ଦ ଦାସ ଓ ଜିଲ୍ଲା କ୍ରୀଡା ଅଧିକାରୀ ଯୋଗ ଦେଇଥିଲେ। କୋଚ ଗୋବିନ୍ଦ ଚନ୍ଦ୍ର ସାହୁ ,ଶାରୀରିକ ଶିକ୍ଷକ/ଶିକ୍ଷୟତ୍ରୀ,କ୍ରୀଡ଼ାବିତ ,ସ୍ଥାନୀୟ ଜନସାଧାରଣ ମଧ୍ୟ ଉପସ୍ଥିତ ରହି ହକିର ମହାନାୟକଙ୍କୁ ସମ୍ମାନ ଜଣାଇଥିଲେ । ଏହି ଅବସରରେ ଏକ ଭଲିବଲ୍ ମ୍ୟାଚ୍ ଆୟୋଜିତ ହୋଇଯାଇଛି। ତାଙ୍କର ଜନ୍ମଦିନ ଅଗଷ୍ଟ ୨୯କୁ ଜାତୀୟ ଦିବସଭାବେ ପାଳନ ଅବସରେ କ୍ରୀଡ଼ାବିତମାନଙ୍କ ମଧ୍ୟରେ ‘ ୨୯ ଚ୍ୟାଲେଞ୍ଜ ‘ ମିନି ଗେମ୍(ଖେଳ)କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ ଜାତୀୟ କ୍ରୀଡ଼ା ଦିବସ ପାଳନ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟନି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post