ଜି.ଉଦୟଗିରି,୨୯/୮(ଅବନୀ କୁମାର ପ୍ରଧାନ) ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା,ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଦୀପକ କୁମାର ନାୟକ, ଜାକେସ କୁମାର ପ୍ରଧାନ, ମୋନାଲିସା ଦଳବେହେରା, ନନ୍ଦିତା ପ୍ରଧାନ, ସଙ୍ଗୀତା ନାୟକ,ନିଶାରାଣୀ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଆୟୋଜିତ କ୍ରିକେଟ ପ୍ରତିଯୋଗିତା ର ଫାଇନାଲ ମ୍ୟାଚରେ ପୋଲିସ ଏକାଦଶ ଏବଂ ବ୍ଲକ ଏକାଦଶ ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଦେଖିବାକୁ ମିଳିଥିଲା ।
ବ୍ଲକ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲେ । ପୋଲିସ ଏକାଦଶ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୯୭ ରନ୍ କରିଥିଲେ। ବ୍ଲକ ଏକାଦଶ ଦଳକୁ ଜିତିବା ପାଇଁ ୧୫ ଓଭର ରେ ୯୮ ରନ ର ଲକ୍ଷ୍ୟ ଥିଲା। ବ୍ଲକ ଏକାଦଶ ଫାଇନାଲ ମ୍ୟାଚ୍ ଜିତିବା ଲକ୍ଷ୍ୟରେ ପୋଲିସ୍ ଏକାଦଶ ର ସମସ୍ତ ରଣନୀତି କୁ ଭଣ୍ଡୁର କରି ଅତିସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ। ବ୍ଲକ ଏକାଦଶ ଖେଳ ଶେଷ ଓଭର ପର୍ଯ୍ୟନ୍ତ ଖେଳ କୁ ଟାଣି ନେଇଥିଲେ। ଏହି ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ବ୍ଲକ ଏକାଦଶ ୪ ଟି ୱିକେଟ ହରାଇ ୪ ଟି ବଲ ବାକି ଥାଇ ୯୯ ରନ କରି ବିଜୟ ଲାଭ କରିଥିଲା। ବ୍ଲକ ଏକାଦଶ ଦଳର ଖେଳାଳୀ ବିଡିଓ ସତ୍ୟନାରାୟଣ ମିଶ୍ର ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଥିଲେ। ସେ ଶେଷ ପର୍ଯ୍ୟନ୍ତ ରହି ମୂଲ୍ୟବାନ ୩୦ ରନ କରିଥିଲେ । ଶେଷ ରେ ୪ ରନ ମାରି ନିଜ ଦଳକୁ ବିଜୟୀ କରାଇଥିଲେ। ଆଜିର ମ୍ୟାଚ୍ ଆଲୋକ, ଶେଖର, ପରିଚାଳନା କରିଥିବା ବେଳେ ଓମ ପ୍ରକାଶ ସ୍କୋର ବୋର୍ଡ଼ ଦାୟିତ୍ବ ନିର୍ବାହ କରିଥିଲେ ।
Sign in
Sign in
Recover your password.
A password will be e-mailed to you.