ବଧିର-ମୂକ ବିଦ୍ୟାଳୟର ୮୭ ଛାତ୍ରଛାତ୍ରୀଙ୍କୁ ନବ ଦାସ ଫାଉଣ୍ଡେସନ୍‌ର ପୋଷାକ ବଣ୍ଟନ

11


ଝାରସୁଗୁଡ଼ା, ୨୯/୮: ନବ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ଶନିବାର ବୃନ୍ଦାମାଳସ୍ଥିତ ସ୍ୱତନ୍ତ୍ର ବଧିର ଓ ମୂକ ବିଦ୍ୟାଳୟର ୮୭ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯାଇଛି। ସ୍ୱର୍ଗତ ନବ ଦାସଙ୍କ ଧର୍ମପତ୍ନୀ ମିନତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିଥିଲେ।

ଏହି ଅବସରରେ ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତୀ, ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଚିତ୍ରେଣୀ ପଟେଲ, ଜିଲ୍ଲା ବିଜେଡି ସଭାପତି ହରୀଶ ଗଣତ୍ରାଙ୍କ ସମେତ ଶଶୀ ତିୱାରୀ, ପିଣ୍ଟୁ ପାଢ଼ୀ, ରଘୁମଣି ପଟେଲ, ଦାମୋଦର ନାଥ, ଦିଗମ୍ବର ଭୋଇ, ମଦନ ହାତୀ, ପୱନ ସିଂହ ଯାଦବ, ଶିବାଶିଷ ପଟ୍ଟନାୟକ, ସୁଭାଷ କେଡ଼ିଆ, ନବନୀତ କୌର, ଦୀପା ନାୟକ, ରୁବିନା ଖାନ୍‌ ଓ ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଫାଉଣ୍ଡେସନ୍‌ ପକ୍ଷରୁ ନିଆଯାଇଥିବା ଏହି ସାମାଜିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.