ବଲାଙ୍ଗୀର: ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ “ଖେଲ୍ କି ବାତ୍ ମୋଦି କେ ସାଥ୍” ବଲାଙ୍ଗୀର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ , କୁଶଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ହେଉଛି ଜୀବନ ର ଅବିଚ୍ଛେଦ୍ୟ ଅଙ୍ଗ । ଏହା ଯୁବପିଢ଼ି ଙ୍କ ମଧ୍ୟ ରେ ବନ୍ଧୁତା , ଆମ୍ଢପ୍ରତ୍ୟୟ , ସୁସ୍ଥତା, ଶୃଙ୍ଖଳା ତଥା ଜାତୀୟ ଚେତନା ରେ ଉଦବୁଦ୍ଧ ହେବାକୁ ପରାମର୍ଶ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖେଲୋ ଇଣ୍ଡିଆ ର କୋଚ୍ ରଶ୍ମିତା ଖଟୋଇ , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଷଡାନନ ରାଉତ୍, ଖେଳ ଶିକ୍ଷକ ରମାକାନ୍ତ ରାଉତ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟ ଅଜିତ୍ କୁମାର ଭୋଇ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ କ୍ରୀଡ଼ା ର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ । ଆଶିଷ ସେଠ୍ ଧନ୍ୟବାଦ୍ ଦେଇଥିଲେ। ପ୍ରୋଗ୍ରାମ ଅଫିସର ଡକ୍ଟର ଲକ୍ଷ୍ମଣ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ଥିଲା ।