ମୁମ୍ବାଇରେ ପୁରସ୍କୃତ ହେଲା କେନ୍ଦୁଝର ଯୁବନିର୍ଦ୍ଦେଶକ ରାଜଙ୍କ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର – ‘The Natural Beauty Of Keonjhar’

61

କେନ୍ଦୁଝର,ତା୨୯/୮- କ୍ଷୁଦ୍ର ଡକ୍ୟୁମେଣ୍ଟରି ଚଳଚ୍ଚିତ୍ର – ‘The Natural Beauty Of Keonjhar’, ପାଇଁ ମୁମ୍ବାଇରେ ପୁରସ୍କୃତ ହେଲେ ଯୁବ ନିର୍ଦ୍ଦେଶକ ସୌମ୍ୟାଜିତ୍ ଦାସ (ରାଜ୍) । ଏହି ଚଳଚ୍ଚିତ୍ରଟି ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଅଛି । ଏବେ ମୁମ୍ବାଇରେ ପ୍ଲେସିଂ ଡ୍ରିମ୍ସ ନାମକ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି ।


ସୌମ୍ୟାଜିତ୍ ଦାସ (ରାଜ୍) କେନ୍ଦୁଝର ସହର ଢେଙ୍କାପୁର ଶାସନ ବାସିନ୍ଦା । ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରରେ, କେନ୍ଦୁଝରରେଥିବା ପର୍ଯ୍ୟଟନ ସ୍ଥାନ ଗୁଡିକୁ ଖୁବ୍ ସୁନ୍ଦର ଭାବେ ଦେଖାଯାଇଛି । ଏଥିରେ ଗୋନାଶିକା, ଖଣ୍ଡାଧାର, ବଡଘାଗରା, ଗୁଣ୍ଡିଚାଘାଗି, ଘଟଗାଁ ମା’ ତାରିଣୀ ମନ୍ଦିର ଭଳି ଅନେକ ସ୍ଥାନ ଦେଖିବାକୁ ମିଳିଛି । ଏହା ତାଙ୍କ ଦ୍ୱିତୀୟ ସର୍ଟ ଡକ୍ୟୁମେଣ୍ଟରି ବୋଲି ରାଜ୍ କହିଛନ୍ତି । ଏହି ଚଳଚ୍ଚିତ୍ର କରି ରାଜ୍ ବହୁତ ପ୍ରଶଂସା ପାଇଛନ୍ତି । ଏହି ଚଳଚ୍ଚିତ୍ର ଦ୍ଵାରା କେନ୍ଦୁଝରକୁ ମୁମ୍ବାଇରେ ଉପସ୍ଥାପନା କରିଛନ୍ତି । ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ବହୁତ ଭଲପାଇବା ମିଳିଥିବାରୁ ଆଗାମୀଦିନରେ ଏହିଭଳି ଆଉଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବନେଇବା ନେଇ ରାଜ୍ କହିଛନ୍ତି ।

Leave A Reply

Your email address will not be published.