ପାଇକମାଳ ହାଇସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳିତ।

30

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରି ଉକ୍ତ କ୍ରୀଡ଼ା ଦିବସ ରେ ନୋଡାଲ ପି.ଇ.ଟି. ଅମିତ କୁମାର ସାହୁ ହକି ର ଯାଦୁଗର ମେଯର ଧ୍ୟାନଚାନ୍ଦ ଙ୍କ ପ୍ରମୁଖ କ୍ରୀଡ଼ା,କୌଶଳ ଓ ଜୀବନୀ ବିଷୟରେ ୧୪୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଉଦବୋଧନ ଦେଇଥିଲେ l ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହାୟୋଗ କରିଥିଲେ l ପରିଶେଷରେ ଛବିଳ ସେଠ୍ ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.