ମା’ ଇନ୍ଦିରା ମହିଳା ସମିତିର ରାକ୍ଷୀ ମହୋତ୍ସବ: ବୃକ୍ଷରେ ରାକ୍ଷୀ ବାନ୍ଧି, ଦେଲେ ସୁରକ୍ଷାର ବାର୍ତ୍ତା

23

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ମା’ ଇନ୍ଦିରା ମହିଳା ସମିତି ଆନୁକୂଲ୍ୟରେ ରାକ୍ଷୀ ମହୋତ୍ସବ ସିଭିଲ ଟାଉନସିପ୍‌ସ୍ଥିତ ଯୋଗ ପାର୍କଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ପୁଷ୍ପା ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ସୁନିଲ କାୟଲ, ବିରେନ୍ ସେନାପତି, ଶ୍ରୀଧର ମଲ୍ଲିକ, ବିଶ୍ୱନାଥ ପରିଡ଼ା, ପିଙ୍କୁ ଜୟସ୍ୱାଲ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅତିଥିମାନେ ବୃକ୍ଷରେ ରାକ୍ଷୀ ବାନ୍ଧିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ‘ଭାଇ-ଭଉଣୀର ସମ୍ପର୍କ ସହ ପ୍ରକୃତି ସହ ଆମର ସମ୍ପର୍କ’—ଏହି ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ଉପସ୍ଥିତ ଲୋକଙ୍କ ମନ ଜିଣିଥିଲା।
ଏହି ଅବସରରେ ସମିତିର ମହିଳା ସଦସ୍ୟମାନେ ଅତିଥି ଓ ଉପସ୍ଥିତ ବ୍ୟକ୍ତିମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏଥିସହ ବିଭିନ୍ନ ପ୍ରକାରର ଚାରା ଉପହାର ଦେବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ତରୁଣ କୁମାର, ନନ୍ଦନ ମୁଖାର୍ଜୀ, ଶ୍ରୀକାନ୍ତ ଚୌଧୁରୀ, ବାଳକୃଷ୍ଣ ସାହୁ ଓ ପ୍ରମୋଦ ମହାପାତ୍ର ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ୱଇ ହେମଲତା, ପ୍ଲାବନୀ ପ୍ରଧାନ, ଡିମ୍ପଲ ସାହୁ, ସାବିତ୍ରୀ ଜୟପୁରିଆ, ମୀନା ସାହୁ, ଲିଲି ସ୍ୱାଇଁ, ସ୍ମିତା ମିଶ୍ର, ବୈଲୋଚନ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଶେଷରେ ଉପସ୍ଥିତ ସମସ୍ତେ ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ।

Leave A Reply

Your email address will not be published.