ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଶୋକ

188

ଭୁବନେଶ୍ୱର ତା ୨୯/୦୮: ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ମହାରାଷ୍ଟ୍ରର ପୂର୍ବତନ ଗୃହ ସଚିବ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କର ଗତକାଲି ଅପରାହ୍ନ ୪.୪୫ ସମୟରେ ପରଲୋକ ହୋଇଯାଇଛି । ନବି ମୁମ୍ବାଇସ୍ଥ ନେରୁଲ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ଦୁଇ କନ୍ୟା ଉପସ୍ଥିତ ଥିଲେ । ସ୍ଵର୍ଗତ ତ୍ରିପାଠୀ ମହାରାଷ୍ଟ୍ରରେ ପ୍ରବାସୀ ଓଡ଼ିଆ ମାନଙ୍କ ସଖା ଥିଲେ । ପ୍ରବାସୀ ଓଡ଼ିଆଙ୍କ ବହୁବିଧ ସମସ୍ୟାରେ ତାଙ୍କର ପରାମର୍ଶ ଓ ସହଯୋଗ ସହଭାଗୀର ଭୂମିକା ନିର୍ବାହ କରୁଥିଲା । ଟାଟା କ୍ୟାନସର ହସପିଟାଲରେ ଚିକିତ୍ସା ପାଇଁ ଓଡ଼ିଶାରୁ ଯାଉଥିବା ରୋଗୀମାନଙ୍କର ସୁବିଧା ପାଇଁ ସେ ତତ୍ପର ଥିଲେ । ୧୯୯୯ ମସିହା ମହାବାତ୍ୟା ସମୟରେ ସ୍ୱର୍ଗତ ତ୍ରିପାଠୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ସରକାରୀ ସେବାରେ ଥିଲେ ମଧ୍ୟ ସେ ଏକାଧାରରେ ସୃଜନଶୀଳ କବି, ଲେଖକ, କଳାକାର ଓ ନାଟ୍ୟ ନିର୍ଦ୍ଦେଶକ ଭାବେ ଅଲିଭା ସାଂସ୍କୃତିକ ଛାପ ଛାଡ଼ିଛନ୍ତି । ତାଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ସଂତୃପ୍ତ ମିଶ୍ର, ଡା. ପ୍ରଶାନ୍ତ ମହାନ୍ତି, ଅରୂପ ପଟ୍ଟନାୟକ, ଡା. ରମାକାନ୍ତ ପଣ୍ଡା, ବିଶ୍ଵ ଓଡ଼ିଆ ମହାସଂଘ ସଭାପତି ଡଃ ସୁରେନ୍ଦ୍ର ମହାପାତ୍ର, ଡା. ବସନ୍ତ ମିଶ୍ର, ଡ. ହରିଶ ମହାନ୍ତି, ଡଃ ଦେବ ମହାନ୍ତି, ଡଃ ବିପିନ ମିଶ୍ର, ରଞ୍ଜନ ରାୟ, ଅରବିନ୍ଦ ଯତି, କମଳା ଶତପଥୀ, କବିତା ମିଶ୍ର, ମୀନା ବରାଳ, ବିଜୟ ମିଶ୍ର, ରାମପ୍ରସାଦ ମୁଦୁଲି, ଭଗଵାନ ପଣ୍ଡା, ଭଗଵାନ ସାବତ, ବିଭୂତି ରଥ, ବିରଞ୍ଚି ନାରାୟଣ ମିଶ୍ର, ଜ୍ଞାନ ମହାପାତ୍ର, ଆଲୋକ ରଥ, ରିତେଶ ମିଶ୍ର, ପ୍ରୀତିସନ୍ଧ୍ୟା ରାୟ, ଶ୍ରୀଯୁକ୍ତ ବେଣୁଧର ବିଶ୍ୱାଳ, ସୂର୍ଯ୍ୟନାରାୟଣ ଗୌଡା ଓ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଥିବା ବେଳେ ଅଗଣିତ ପ୍ରବାସୀ ଓଡ଼ିଆ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

ବିଦେଶ ପ୍ରବାସରେ ଥିବା ପୁତ୍ର ପହଞ୍ଚିବା ପହଞ୍ଚିବା ପରେ ଆସନ୍ତା ୩୧ ତାରିଖ ଦିନ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.