କେନ୍ଦ୍ରାପଡା:୨୮/୦୮(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ାକୁ ଆଜି ଆସିଥିଲେ ଭକ୍ତ ସୁଦାମା। ସୁଦାମାଙ୍କୁ ଦେଖିବାକୁ ବେଶ୍ ଗହଳି ଓ ଆଗ୍ରହ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ସୁଦାମା ବେଶରେ ଆସିଥିବା ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ଜିଲ୍ଲାର ପ୍ରଫୁଲ୍ଲ ଗୌଡ଼ । ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ପଦଯାତ୍ରା କରି କରି ହାତରେ ଖୁଦଭଜା ଧରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରନ୍ତି। ତାଙ୍କର ବେଶ ପୁରା ସୁଦାମାଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ସୁଦାମା ବୋଲି ସମସ୍ତେ ସମ୍ବୋଧନ କରୁଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଓ ପରମ୍ପରାର ସନ୍ଦେଶକୁ ପାଥେୟ କରି ସୁଦାମାଙ୍କୁ ତୁଳସୀ କ୍ଷେତ୍ର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ବଳଦେବଜୀଉ ମହାପ୍ରଭୁଙ୍କ ଜନ୍ମଦିନ ଉପଲକ୍ଷେ ସୁଦାମା କେନ୍ଦ୍ରାପଡ଼ାକୁ ଆସିଥିଲେ। ଏହି ଅବସରରେ ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିରରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ସଙ୍କିର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଦାମା ପଥପ୍ରାନ୍ତ କରି ପ୍ରଭୁଙ୍କ ନାମକୁ ସ୍ମରଣ କରି କରି ବଳଦେବଜୀଉ ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଯାଇଥିବା ପାଟଲୁଗାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଲାଗି କରାଯାଇଥିଲା। ରାସ୍ତାରେ ସୁଦାମାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ଏହି ସମୟରେ ଭକ୍ତି ଓ ଭକ୍ତ ର ଅପୂର୍ବ ସମାନତା ଦେଖିବାକୁ ମିଳିଥିଲା l ବୟସ୍କ ମା ମାନଙ୍କର ଭକ୍ତ ସୁଦାମା ଙ୍କୁ ବନ୍ଦାପନା କିଛି ନିଆରା ପରିବେଶ ସୃଷ୍ଟି କରିଥିଲା l ଗୁରୁଜନ ଙ୍କ ଭାବ ଭକ୍ତି ର ପ୍ରଣାମ ସମାଜ କୁ ସେଇ ପୁରୁଣା ଦିନ ମନେପକାଇ ଦେଉଥିଲା l ଆଜି ର ଏହି ଭକ୍ତିମୟ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ମୁଖପାତ୍ର ପ୍ରମୋଦ ନାୟକ, ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ମନୋଜ ରାଉତ, କାଳନ୍ଦୀ ମଲ୍ଲିକ, ପଦାରବିନ୍ଦ ଦାସ, ଗଙ୍ଗାଧର ସାମଲ,ଚଗଲା ବିଶ୍ୱାଳ, ସୁନୀଲ ଦାସ, ସାମଜିକ କର୍ମୀ ଅକ୍ଷୟ ପାଣି l