ରକ୍ଷାବନ୍ଧନ

11


ଭାଇଭଉଣୀ ସ୍ନେହ ବନ୍ଧନ
ପ୍ରତୀକ ଆମରି ରକ୍ଷାବନ୍ଧନ
ଭାଇକି ଭଉଣୀ ବାନ୍ଧିଦିଏ ରାକ୍ଷୀ
ଠାକୁରେ ମନାସେ ଶୁଭ କଲ୍ୟାଣ
ଭାଇ ଦିଏ ସୁରକ୍ଷାର ବଚନ ।।

ବଳି ହସ୍ତେ ବାନ୍ଧି ବିଷ୍ଣୁ ପାଟରାଣୀ
ରାକ୍ଷୀରେ ରଖିଲେ ପତିଙ୍କ ମାନ
ଦ୍ରୌପଦୀ କୃଷ୍ଣଙ୍କୁ ବାନ୍ଧିଥିଲେ ରାକ୍ଷୀ
କୋଟି ବସ୍ତ୍ର ତାଙ୍କୁ କଲେ ପ୍ରଦାନ
ରକ୍ଷା କବଚ ଅଟଇ ରାକ୍ଷୀ
ନାରୀ ଜାତିକୁ ଯେ ଦିଏ ସମ୍ମାନ ।।

ଜଗା ବଳିଆର ସୁଭଦ୍ରା ଭଉଣୀ
ବେନି ଭାଇଙ୍କର ନୟନ ମଣି
ପିନ୍ଧାଇ ଦିଅନ୍ତି ଭାଇ ହାତେ ରାକ୍ଷୀ
ସୁରକ୍ଷାର ଭାର କରି ମାଗୁଣି
ପବିତ୍ର ସେହି ଭାବ ବନ୍ଧନ
କରୁଥିବା ନିତି ତାର ବନ୍ଦନ ।।

ଭାରତମାତାର ଆମେରେ ସନ୍ତାନ
ସଭିଏଁ ତ ଆମେ ଭାଇଭଉଣୀ
ଏକ ଆମ ଘର ଏକ ପରିବାର
ଭାବ ବନ୍ଧନର ସୁନା ଛାଉଣୀ
ସବୁରି ହାତେ ବାନ୍ଧିବା ରାକ୍ଷୀ
ମନେ ଭରି଼ ଐକ୍ୟ ଭାବ ମହାନ ।

   ଶ୍ରୀ ଶଶିଭୂଷଣ ପଟ୍ଟନାୟକ 
         ଅବସରପ୍ରାପ୍ତ ଶିକ୍ଷକ 
       ପାରଳାଖେମୁଣ୍ଡି , (ଗଜପତି)
Leave A Reply

Your email address will not be published.