ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଓ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

9

….
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ସାଂସ୍କୃତିକ ମଣ୍ଡପରେ ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶାର ସଂଯୋଜକ ସମୀର କୁମାର ପାଢୀଙ୍କ ସଂଯୋଜନାରେ ରକ୍ଷାବନ୍ଧନ ଅବସରରେ ସମ୍ବାଦ ଆମ ଓଡ଼ିଶା ଓଡ଼ିଶା ପକ୍ଷରୁ ରକ୍ଷାବନ୍ଧନ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡ଼ ନଳିନୀ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇ.ପି ମହିଳା କଲେଜ ଅଧ୍ୟକ୍ଷ ଶିବରାମ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୋଲକ ପଟ୍ଟନାୟକ, ରଟିଙ୍ଗିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ, ଯୁବ ସମାଜସେବୀ ତଥା ସ୍ୱାକର ସଭାପତି ଆମନ ଚନ୍ଦ୍ର ନାୟକ, ସମ୍ପାଦକ ହୃଷିକେଶ ପ୍ରଧାନ, ସାମ୍ବାଦିକ ଚିନ୍ମୟ ସେଠୀ, ରକ୍ତଦାତା ଶଙ୍କର ମଲିକଙ୍କ ସମେତ ସମ୍ବାଦର ଶୁଭେଛୁ, ସମ୍ବାଦ ସାହିତ୍ୟ ଘରର ସଦସ୍ୟ, ରକ୍ତଦାତାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ସମ୍ବାଦ ସାହିତ୍ୟ ଘରର କୋଷାଧ୍ୟକ୍ଷ ପବିତ୍ର କୁମାର ସାହୁ ନିଶା ନିବାରଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଶପଥପାଠ କରାଇଥିଲେ । ଉପସ୍ଥିତ ଭଉଣୀମାନେ ଉପସ୍ଥିତ ଭାଇମାନଙ୍କ ହାତରେ ରାଖୀ ବାନ୍ଧିବା ସହ ଜୀବନରେ କେବେ ନିଶା ଗ୍ରହଣ ନ କରିବା କିମ୍ବା ନିଶା ସେବନ କରୁଥିଲେ ତାଠାରୁ ଦୁରେଇ ରହିବାକୁ ଶପଥ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଏଏସଆଇ ରବୀନ୍ଦ୍ର ସେଠିଙ୍କ ସମେତ ସମସ୍ତ ପୁଲିସ ଯବାନ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଧବାନନ୍ଦ ଦାସ, ଗୁରୁଜୀ ବାବୁଲା ଦଳବେହେରା, ସନ୍ତୋଷ ପାଣିଗ୍ରାହୀ, ଚନ୍ଦନ ନାୟକ, ଅମର ପ୍ରଧାନ, ଅଶ୍ୱସ୍ତମା ପ୍ରଧାନ, ଗୁରୁମା ସରିତା ପାଢ଼ୀ, ସ୍ନେହଳତା ସେନାପତି, ରଶ୍ମିତା ପାଣିଗ୍ରାହୀ, ଅନିତା ନାୟକଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.