ଝାରସୁଗୁଡ଼ା 27/8 : ଝାରସୁଗୁଡ଼ା ସହର ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଗୁରୁବାର ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ ଭଉଣୀର ଅତୁଟ ବନ୍ଧନର ପର୍ବ ରାକ୍ଷୀ ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି କାର୍ଯ୍ୟାଳୟ ରେ ନିଜର ସାନ ଓ ବଡ଼ ଭଉଣୀ ମାନଙ୍କ ଗହଣରେ ରାକ୍ଷୀ ପର୍ବ ପାଳନ କରିଛନ୍ତି। ବିଧାୟକ ତ୍ରିପାଠୀ ଙ୍କ କାର୍ଯ୍ୟାଳୟ କୁ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରୁ ଆସିଥିବା ସମସ୍ତ ଭଉଣୀ ମାନେ ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହି ପବିତ୍ର ଦିନରେ ସମସ୍ତ ଭଉଣୀ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋ ପାଇଁ ସର୍ବଦା କାର୍ଯ୍ୟ କରିବାର ପ୍ରେରଣା ହୋଇ ରହିବ ବୋଲି ବିଧାୟକ ତ୍ରିପାଠୀ କହିଥିଲେ । ଏହି ଅବସରରେ ବିଧାୟକ ମହାପ୍ରଭୁଙ୍କ ଜଗନ୍ନାଥ ଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରନ୍ତୁ ବୋଲି କହିଥିଲେ I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବହୁ ସଂଖ୍ୟାରେ ଭାଜପା ନେତୃବୃନ୍ଦ ଓ ଭାଇ ଭଉଣୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Next Post