ଜିଲ୍ଲା ସ୍ତରୀୟ ୮୪ତମ ଉତ୍କଳଦିବସ ସମାରୋହ

0

PARALAKHEMUNDI/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସଭାଗୃହଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୮୪ତମ ଉତ୍କଳଦିବସ ସମାରୋହ ପାଳିତ ହୋଇଯାଇଛି ।

ଏହି ଅବସରରେ ସକାଳ ସମୟରେ ଗଜପତି ବିହାର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ସ୍ମୃତିଶୌଧଠାରେ ଏବଂ ପରେ ବଜାର ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତୀ ଠାରେ ଜିଲ୍ଲାପାଳ ଅନୁପମ ଶାହା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଜିଲ୍ଲା ସ୍ତରୀୟ ଅଧିକାରୀ, ଉତ୍କଳ ସମ୍ମିଳନୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ପୂର୍ବାହ୍ନରେ ପ୍ରତିଷ୍ଠାନର ସଭାଗୃହ ଠାରେ ଆୟୋଜିତ ସାଧାରଣ ସଭାରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ:ରୀନା ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଯୋଗଦେଇ ଭାଷା ହିଁ ନିଜ ଭାଷାଭାଷୀର ପରିଚୟ ଦେଇଥାଏ । ଭାଷାକୁ ବଞ୍ଚାଇ ରଖିଥିଲେ ଜାତି ବଞ୍ଚିବ ଭାଷାକୁ ବଞ୍ଚାଇ ରଖିବା ସମସ୍ତ ଦାୟୀତ୍ୱ ବୋଲି କହିଥିଲେ ।

ଅନ୍ୟପକ୍ଷରେ ଗଜପତି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ: ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ଚାରଣ କରି ଉତ୍କଳ ସମ୍ମିଳନୀ ଏବଂ ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଚୀର ସ୍ମରଣୀୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ରବି ଚନ୍ଦ୍ର ନାୟକ ଏବଂ ବରିଷ୍ଠ ସହାୟକ ଅଚ୍ୟୁତାନନ୍ଦ ବସ୍ତିଆ ମଞ୍ଚାସୀନ ଥିଲେ ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ ।

Leave A Reply

Your email address will not be published.