ଜାମମାଲରେ ବିଧାୟକ ଟଙ୍କଧରଙ୍କ ସହ ରାକ୍ଷୀ ପର୍ବ ପାଳିତ

3


ଝାରସୁଗୁଡ଼ା, ୨୭/୮: ଭାଇ-ଭଉଣୀର ପବିତ୍ର ସ୍ନେହ ଓ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ବ୍ଲକ ଅନ୍ତର୍ଗତ ଜାମମାଲ ଗ୍ରାମରେ ରାକ୍ଷୀ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁ ସଂଖ୍ୟାରେ ଭଉଣୀମାନଙ୍କ ସହ ରାକ୍ଷୀ ପର୍ବ ପାଳନ କରିଥିଲେ।

ଗୁରୁବାର ପୂର୍ବାହ୍ନରେ ବିଧାୟକ ଶ୍ରୀ ତ୍ରିପାଠୀ ଜାମମାଲ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ମହିଳା ଓ ଯୁବତୀମାନେ ଫୁଲ ଓ ଚନ୍ଦନ ଲଗାଇ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଭଉଣୀମାନେ ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ।

ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, “ପବିତ୍ର ରକ୍ଷାବନ୍ଧନ ଦିନରେ ସମସ୍ତ ଭଉଣୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋ ପାଇଁ ସର୍ବଦା କାର୍ଯ୍ୟ କରିବାର ପ୍ରେରଣା ହୋଇ ରହିବ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି।”

କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବହୁ ସଂଖ୍ୟାରେ ଭାଜପା ନେତୃବୃନ୍ଦ, କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.