ଝାରସୁଗୁଡ଼ାରେ ଅକ୍ଟୋବର ୧୩ରୁ ସେନା ନିଯୁକ୍ତି ରାଲି

8


ଝାରସୁଗୁଡ଼ା: ଅଗ୍ନିପଥ ଯୋଜନା ଅଧୀନରେ ଏଆରଓ ସମ୍ବଲପୁର ପକ୍ଷରୁ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାର ମାଲିମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଅନୁଗୁଳ, ବଲାଙ୍ଗିର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଅନଲାଇନ୍ କମନ୍ ଏଣ୍ଟ୍ରାନ୍ସ ଏଗ୍‌ଜାମିନେସନ୍‌ (ସିଇଇ)ରେ ଉତ୍ତୀର୍ଣ୍ଣ ହୋଇ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଏହି ରାଲିରେ ଯୋଗଦେବେ।

ରାଲିରେ ଅଗ୍ନିବୀର ଜିଡି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର ଟ୍ରେଡ୍ସମ୍ୟାନ୍‌ (ଅଷ୍ଟମ ଓ ଦଶମ) ବର୍ଗର ପ୍ରାର୍ଥୀଙ୍କ ଶାରୀରିକ ଦକ୍ଷତା ପରୀକ୍ଷା ସହ ଡାକ୍ତରୀ ପରୀକ୍ଷା କରାଯିବ।

ସର୍ଟଲିଷ୍ଟ ପ୍ରାର୍ଥୀଙ୍କ ପ୍ରବେଶପତ୍ର ସେମାନଙ୍କ ପଞ୍ଜୀକୃତ ଇମେଲ୍‌ ଠିକଣାକୁ ପଠାଯାଇଛି। ପ୍ରାର୍ଥୀମାନେ ଜଏନ୍ ଇଣ୍ଡିଆନ୍ ଆର୍ମି ୱେବସାଇଟ୍‌ରେ ନିଜ ପ୍ରୋଫାଇଲ୍‌ରେ ଲଗ୍‌ଇନ୍ କରି ଆଡମିଟ୍ କାର୍ଡ ଡାଉନଲୋଡ୍‌ କରିପାରିବେ।

ନିଯୁକ୍ତି ସମ୍ପର୍କିତ ସୂଚନା ପାଇଁ ପ୍ରାର୍ଥୀମାନେ ଏଆରଓ ସମ୍ବଲପୁରର ୦୬୬୩-୨୯୫୦୩୫୯ ଓ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

ଅନ୍ୟପକ୍ଷରେ, ନିଯୁକ୍ତି ନାମରେ ଦଲାଲ ଓ ଏଜେଣ୍ଟଙ୍କ ଠକେଇରୁ ସତର୍କ ରହିବାକୁ ପ୍ରାର୍ଥୀମାନଙ୍କୁ ଏଆରଓ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ନିଜର ମୂଳ ପ୍ରମାଣପତ୍ର ହସ୍ତାନ୍ତର ନକରିବାକୁ କୁହାଯାଇଛି। ଦଲାଲ କିମ୍ବା ଏଜେଣ୍ଟଙ୍କ ସମ୍ପର୍କରେ କୌଣସି ଘଟଣା ଜଣାପଡ଼ିଲେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଏଆରଓ ସମ୍ବଲପୁରର ନିଯୁକ୍ତ କର୍ମଚାରୀଙ୍କୁ ଜଣାଇବାକୁ କୁହାଯାଇଛି। ରାଲି ସମୟରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଦଲାଲ ଓ ଏଜେଣ୍ଟଙ୍କ ବିରୋଧରେ ପୋଲିସ ଓ ବେସାମରିକ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ।

Leave A Reply

Your email address will not be published.