ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ପ୍ରତିନିଧି ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକ ଗତକାଲି ରାତ୍ରୀରେ ପରଲୋକ ଗମନ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ , ପୁତ୍ର ଦ୍ଵୟ ଅମିତ ଓ ମନୋଜ ତଥା କନ୍ଯା ସୁନୀତା ଏବଂ ଅନ୍ଯାନ୍ଯ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ହିସାବରେ ତାଙ୍କର ସୁନାମ ଥିଲା। ତାଙ୍କର ବିୟୋଗରେ ସାମ୍ୱାଦିକ ସଂଘର ଦ୍ୱିଜେନ୍ ପାଢୀ , ଗରୁଡଧ୍ଵଜ ଚୌଧୁରୀ , ତାରିଣୀ ପ୍ରସାଦ ପଣ୍ଡା , ଭାଗବତ ପାଢୀ , ବାସୁଦେବ ଦାସ , ବିବେକାନନ୍ଦ ବେହେରା ଗଣେଶ କୁମାର ରାଜୁ , ଆଦର୍ଶ ଦାସ , ହରିହର ପଟ୍ଟନାୟକ , ରୁପେଶ କୁମାର ସାହୁ , ଟି. ଶେଖର , ରାଜେନ୍ଦ୍ର ରଥ , ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟଯୋଶୀ , ଅଲିନ୍ , ଗିରିଧାରୀ ପରିଚ୍ଛା , କୁନା ପଟ୍ଟନାୟକ , ସୁଜିତ ବିଶୋୟୀ , ରଶ୍ମୀରଂଜନ ମିଶ୍ର , ସନ୍ତୋଷ ପଟ୍ଟନାୟକ ତଥା ଅନ୍ୟାନ୍ୟ ସାମ୍ୱାଦିକ ଏବଂ ସମାଜସେବୀ ମନୋଜ ଦାଶ , ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିବା ସହ ଦିବଂଗତ ଆତ୍ମାଙ୍କ ପରିବାର ବୃନ୍ଦଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.