ସାମ୍ୱାଦିକଙ୍କ ମାତୃ ବିୟୋଗ

8

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ପ୍ରତିନିଧି ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକ ଗତକାଲି ରାତ୍ରୀରେ ପରଲୋକ ଗମନ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ , ପୁତ୍ର ଦ୍ଵୟ ଅମିତ ଓ ମନୋଜ ତଥା କନ୍ଯା ସୁନୀତା ଏବଂ ଅନ୍ଯାନ୍ଯ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ। ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ହିସାବରେ ତାଙ୍କର ସୁନାମ ଥିଲା। ତାଙ୍କର ବିୟୋଗରେ ସାମ୍ୱାଦିକ ସଂଘର ଦ୍ୱିଜେନ୍ ପାଢୀ , ଗରୁଡଧ୍ଵଜ ଚୌଧୁରୀ , ତାରିଣୀ ପ୍ରସାଦ ପଣ୍ଡା , ଭାଗବତ ପାଢୀ , ବାସୁଦେବ ଦାସ , ବିବେକାନନ୍ଦ ବେହେରା ଗଣେଶ କୁମାର ରାଜୁ , ଆଦର୍ଶ ଦାସ , ହରିହର ପଟ୍ଟନାୟକ , ରୁପେଶ କୁମାର ସାହୁ , ଟି. ଶେଖର , ରାଜେନ୍ଦ୍ର ରଥ , ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପାଟ୍ଟଯୋଶୀ , ଅଲିନ୍ , ଗିରିଧାରୀ ପରିଚ୍ଛା , କୁନା ପଟ୍ଟନାୟକ , ସୁଜିତ ବିଶୋୟୀ , ରଶ୍ମୀରଂଜନ ମିଶ୍ର , ସନ୍ତୋଷ ପଟ୍ଟନାୟକ ତଥା ଅନ୍ୟାନ୍ୟ ସାମ୍ୱାଦିକ ଏବଂ ସମାଜସେବୀ ମନୋଜ ଦାଶ , ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ବହୁ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିବା ସହ ଦିବଂଗତ ଆତ୍ମାଙ୍କ ପରିବାର ବୃନ୍ଦଙ୍କୁ ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.