ପ୍ରେସ ୟୁନିୟନ ତରଫରୁ ଅଭିନବ କାର୍ଯ୍ୟକ୍ରମ “ଓଡିଆରେ ପଦେ”

0

ରାୟଗଡା / ସରୋଜ ସାହୁ) – ଓଡିଆ ଭାଷାର ପ୍ରଚାର, ପ୍ରସାର ଏବଂ ଆଜିର ଯୁବଗୋଷ୍ଠୀ  ଯେପରି ଓଡିଆ ଭାଷା ଠାରୁ ଦୂରେଇ ନ ଯାଆନ୍ତି ସେଥିପାଇଁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଓଡିଆରେ ପଦେ ହାତଲେଖା କାର୍ଯ୍ୟକ୍ରମ ପ୍ରେସ ୟୁନିୟନ ରାୟଗଡା ତରଫରୁ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠିତ  ହୋଇଥିଲା । ରାୟଗଡା ଜିଲ୍ଲପାଳ ପ୍ରମୋଦ କୁମାର ବେହେରା ଅତି ସୁନ୍ଦର ଭାବରେ ପଦେ ଓଡିଆ ଜାତିର ଟେକ୍ ରଖିବା ଆସନ୍ତୁ ବୋଲି ଲେଖିଥିଲେ । ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ସମାଜସେବୀ ଜୟରାମ ଜେନା, ଗୋପି ସାହୁ, ବରିଷ୍ଠ ସାମ୍ବାଦିକ ଏନ.ଏନ.ପାଢୀ, ବାଦଲ ତା, ଜିଲ୍ଲା ବରିଷ୍ଠ  ନାଗରିକ ସଂଘର ସଭାପତି ବିନୋଦ ପଣ୍ଡା, ପ୍ରଦୀପ ଦାଶ, ମଞ୍ଜୁଶ୍ରୀ ମୁଖାର୍ଜୀ, ସାମ୍ବାଦିକ ଗୋପ ରଂଜନ ବକ୍ସିପାତ୍ର, ଅଜୟ ରଥ, ନବୀନ ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଆରେ ପଦେ ଲେଖିଥିଲେ । ପ୍ରେସ ୟୁନିୟନର ସଭାପତି ଦୟାନନ୍ଦ ଖାଡେଙ୍ଗାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ  ହୋଇଥିବା ବେଳେ ସହଯୋଗ କରିଥିଲେ ସାଧାରଣ ସଂପାଦକ ମନୋଜ ସାହୁ,  ସଦସ୍ୟ ସୁବାଷ ସୁରିୟା, ରଶ୍ମିରଂଜନ ଦୋରା, ଶ୍ରୀଧର ଚୌଧୁରୀ ପ୍ରମୁଖ ।  

 

Leave A Reply

Your email address will not be published.