ବିପିଏଲ  ହିତାଧିକାରୀଙ୍କୁ ବିଜୁଳି ସେବା ବନ୍ଦ 

0

କୁଚିଣ୍ଡା /ଅଜୟ କୁମାର ବାଘ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ  ବିପିଏଲ ବିଦ୍ୟୁତ  ସଂଯୋଗ କାଟି ଦିଆଯାଇଛି l ରାଜ୍ୟ ସରକାର ଘରେ ଘରେ ବିଜୁଳି  ସଂଯୋଗ  ଦେଉଥିବା ବେଳେ କୁଚିଣ୍ଡା ଉପଖଣ୍ଡର କିଛି ବିଦ୍ୟୁତକର୍ମଚାରୀ ଆସି ବିପିଏଲ ହିତାଧିକାରୀଙ୍କୁ ବିନା ରସିଦରେ ପଇସା ଅସୁଲ କରୁଥିବାରୁ ଗ୍ରାମବାସୀ  ପଇସା ଦେବାକୁ ରାଜିହୋଇନଥିଲେ  l ତାପରେ ଆମେ ବିଦ୍ୟୁତ କର୍ମଚାରୀ ବୋଲି କହିଥିଲେ l  

ଏବେ  ଏହି ଅଞ୍ଚଳ ର  ହିତାଧିକାରୀ  ଅନ୍ଧାର ରେ ରୋଷେଇ ଏବଂ ପାଠ ପଢା କରୁଥିବାର  ଦେଖିବାକୁ ମିଳିଛି l ଅନେକ ଗ୍ରାମବାସୀ  ବିଜୁଳି କଟା ଯାଇଥିବାରୁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦlବି କରାଯାଉଛି l

 

Leave A Reply

Your email address will not be published.