ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବ୍ଲକ ରୋଡ୍ରେ ଅଜଣା କାର ଧକ୍କାରେ ଜଣେ କଲେଜ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟ ଗନ୍ଧବାରଣ ଗ୍ରାମ ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନିତା ସାହୁ (୧୯)। ସୂଚନା ଅନୁଯାୟୀ, ସୁନିତା କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରୁ ପାଠପଢ଼ା ସାରି ଓଡ଼ଗାଁ ବ୍ଲକ ଛକରେ ଓହ୍ଲାଇ ବ୍ଲକ ଆଡ଼କୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ଚାଲିଯାଇଥିଲା। ଧକ୍କାରେ ସୁନିତା ରାସ୍ତାରେ ଅଚେତ ହୋଇ ପଡ଼ିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପରିବାରଲୋକେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବାରମ୍ବାର ଅଚେତ ହୋଇ ପଡୁଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା କାର ଓ ଚାଳକଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.