ବିଜେଡି :ଟିକେଟ ପାଇଲେ ରଘୁନନ୍ଦନ, ମହାରଥୀ ଓ ଭାଗିରଥି

0
ଆଉ ବେଶୀ ଲୋକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁନାହାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉପକଣ୍ଠରେ ଥିବା ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ପାଇଁ ରାଜନୈତିକ ତଥାକଥିତ ପଣ୍ଡିତ ମାନେ କରିଥିବା ଆକଲନକୁ ଭୁଲ ପ୍ରମାଣିତ କରି ନବୀନ ବାବୁ ରିପିଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ । ପିପିଲି ନିର୍ବାଚନମଣ୍ଡଳୀରୁ ଶ୍ରୀ ମହାରଥୀ ଲଢ଼ିବେ ।ସେହିପରି ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଆଉ ଗୁରୁତ୍ୱପୂର୍ଣ ହୋଇ ପଡ଼ିଥିବା ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବଦଲରେ ପ୍ରାର୍ଥୀ କରିଛନ୍ତି ନିକଟରେ ଦଳରେ ଯୋଗ ଦେଇଥିବା ବାଲିକୁଦା ଅଂଚଳର ଟାଣୁଆ ତଥା ଲୋକପ୍ରିୟ ନେତା  ରଘୁନନ୍ଦନ ଦାସଙ୍କୁ । ଦାମଙ୍କ ସହିତ ଲଢ଼ିବେ ରଘୁନନ୍ଦନ । ହେଲେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନିରାଶ କରିନାହାନ୍ତି ନବୀନ ।ତାଙ୍କୁ ଦେଇଛନ୍ତି ଜଗତସିଂହପୁର ପାଇଁ ଟିକେଟ । ସେ ଲଢ଼ିବେ କଂଗ୍ରେସ ନେତା ଚିରଂଯିବ ବିଶ୍ୱାଳଂଙ୍କ ବିରୋଧରେ । ଆଜି ଘୋଷିତ ହୋଇଥିବା 9ଟି ଆସନ ପାଇଁ ଟିକେଟ ଏହିପରି ।

 

ପିପିଲି- ପ୍ରଦୀପ ମହାରଥୀ
ଆନନ୍ଦପୁର- ଭାଗିରଥୀ ସେଠୀ
ନିମାପଡ଼ା- ସମୀର ଦାଶ
ଧାମନଗର- ରାଜେନ୍ଦ୍ର ଦାସ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ବାଲିକୁଦା- ରଘୁନନ୍ଦନ ଦାସ
ନିଆଳି- ଡା. ପ୍ରମୋଦ ମଲ୍ଲିକ
କାକଟପୁର- ସୁରେନ୍ଦ୍ର ସେଠୀ
ନୀଳଗିରି- ସନ୍ତୋଷ ଖଟୁଆ
Leave A Reply

Your email address will not be published.