ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଗଣବିକ୍ଷୋଭ ଓ ଧାରଣା On Jan 10, 2018 20 Share ବଲାଙ୍ଗୀରରୁ ନିରୋଜ ମିଶ୍ର : ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ପ୍ରସଂଗ ଉପରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କେନ୍ଦ୍ର ସରକାରଙ୍କ କମିଶନ ଫର ଏଗ୍ରିକଲଚାରାଲ କଷ୍ଟ ଆଣ୍ଡ ପ୍ରାଇସେସ (ସିଏସିପି)ର ଆଧାରରେ ଯେଉଁ ବିବୃତି ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ଉପହାସ । ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନଃବିଚାର କରିବେ ନାହିଁ ବୋଲି ଶ୍ରୀ ଶେଖାୱତ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ବଲାଙ୍ଗୀର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀକୂଳଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ଚାଷୀ ବିରୋଧୀ ମାାନସିକତାରୁ ବିରତ ରହିବା ପାଇଁ ବିକ୍ଷୋଭ ବେଳେ ଉପସ୍ଥିତ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ ଦାବି କରିଛନ୍ତି । ଏହି ଗଣବିକ୍ଷୋଭ ଓ ଧାରଣା ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଢଙ୍ଗୀ, ଜିଲ୍ଲା କୃଷକ ବିଜେଡି ସଭାପତି ଶ୍ରୀବତ୍ସ ସାହୁୁ, ବ୍ଲକ୍ ଅଧ୍ୟକ୍ଷ ଗୁଲାପ ବାଗ୍, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ଭୋଇ, ମନିଷ ମିଶ୍ର, ପ୍ରଦ୍ୟୁମ୍ନ ହୋତା, ରାଜେନ୍ଦ୍ର ହୋତା, ଶଙ୍କର ମେହେର, ଆଶିର୍ବାଦ ସାହୁ, ପାଲେଶ୍ୱର ଭୋଇ, ନିହାର ସ୍ୱାଇଁ, ମୁନା ଖାନ, ଉପେନ ଦୀପ୍, ସତ୍ୟ ନାୟକ, ଅଶ୍ୱିନୀ ପୁଟେଲ, ଟିକିନା ମାହାନା, ମହେନ୍ଦ୍ର ବାଗ୍, ନୂତନ ସେଠ, ସୁୂଶୀଳ ଚାନ୍ଦ, ଗୁଞ୍ଜ ଖାନ ପ୍ରମୁଖ ଉପସ୍ଥିତ ଥିଲେ । 20 Share FacebookTwitterGoogle+ReddItWhatsAppPinterestEmail