୨୫ରେ ପାଳିତ ହେବ ଜିଲ୍ଲା ବ୍ୟାପୀ ଜାତୀୟ ମତଦାତା ଦିବସ

0

 

ବଲାଙ୍ଗୀରରୁ ନିରୋଜ ମିଶ୍ର : ପ୍ରତିବର୍ଷ ପରି  ଜାନୁୟାରୀ ୨୫  ତାରିଖରେ ପାଳିତ ହେବ ଜାତୀୟ ମତଦାତା ଦିବସ ।  ଏଥିପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି  । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ଉପ ଜିଲ୍ଲାପାଳ ଭୈରବ ସିଂହ ପଟେଲ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ କ୍ଷୀରୋଦ କୁମାର ସାହୁ,   ବିଜେଡି ପ୍ରତିନିଧି ଭବାନୀ ପ୍ରସାଦ ହୋତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ  । ଏହି  ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ମତଦାନ ଓ ମତଦାତା ଦିବସ ପାଳନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ବଲାଙ୍ଗୀର ଜିଳ୍ଲାର ସମସ୍ତ ୧୫୧୧ବୁଥ୍,  ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଳ୍ଲାସ୍ତରରେ ଜାନୁୟାରୀ ୨୫ ତାରିଖରେ ଅଷ୍ଟମ ଜାତୀୟ ମତଦାତା ଦିବସ ପାଳନ କରାଯିବ  ।  ଏହି ଦିନ  ସ୍କୁଲ ଛାତ୍ରଛାତ୍ରୀ  ତଥା ବିଭିନ୍ନ ବର୍ଗ ଲୋକମାନେ ସଂକଳ୍ପ ପାଠ କରିବେ  । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟାଳୟରେ  ରଚନା ବକ୍ତୃତା   ପ୍ରତିଯୋଗିତା  ଓ ଭୋଟର ସଚେତନତ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ  । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ  ସ୍ଥାନୀୟ  ଗାନ୍ଧୀ ଭବନଠାରେ  ଆୟୋଜିତ ହେବ । ଏହି ଉପଲକ୍ଷେ  ଏକ ରାଲି  ଜିଲ୍ଲା  ନିର୍ବାଚନ କାର୍ଯ୍ୟାଳୟ ଠାରୁୁ  ଗାନ୍ଧୀ ଭବନ ଅଭିମୁଖେ ଯାତ୍ରା କରିବ  ।  ସେଠାରେ ଆୟୋଜିତ  ହେବାକୁ ଥିବା ସଭାରେ  ମତଦାନର ଗୁରୁତ୍ୱ ଊପରେ ଆଲୋଚନା କରାଯିବ  । ଏଥିପାଇଁ ସମସ୍ତବର୍ଗର ଲୋକମାନେ  ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଳ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।  ଏହି ବୈଠକରେ ଜିଲ୍ଲା  ନିର୍ବାଚନ କାର୍ଯ୍ୟାଳୟର ପ୍ରଦୀପ୍ତ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.