ଖଇରବଣୀ ଚଟାଣରେ ଦୁର୍ଘଟଣା, ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

7


………………………………………………….. …………..
ରାସଗୋବିନ୍ଦପୁର :-ସୋବାନଡିହରୁ ନଳଗଜା ଯାଇଥିବା ମୁଖ୍ୟ ରାସ୍ତାର ଖଇରବଣୀ ଚଟାଣ ନିକଟରେ ଭାରସାମ୍ୟ ହରାଇ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ସାରୁମୂଳା ପଞ୍ଚାୟତର ମଡମଡି ଗ୍ରାମର ଦୁଃଖିରାମ ପାତ୍ର।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନଳଗଜା ପଞ୍ଚାୟତର ସ୍ୱପ୍ନ ସରିତା ଦାସ ଘଟଣା ସ୍ଥଳରେ ପହଞ୍ଚି ଦୁଃଖିରାମଙ୍କୁ ଉଦ୍ଧାର କରି ପ୍ରଥମେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ହାଇଟେକ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାରବର୍ଗ ଚିନ୍ତିତ ଥିବା ଜଣାପଡ଼ିଛି।

Leave A Reply

Your email address will not be published.