ଆପୋଲୋ ହସ୍ପିଟାଲ୍ସର ବିଶ୍ୱସ୍ତରୀୟ ହେଲଥ୍ କେୟାର ପଦକ୍ଷେପର ଅନାବରଣ

8

ଭାରତରୁ ବିଶ୍ୱସ୍ତରକୁ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ

ରାଉରକେଲା ,(ବସନ୍ତ କୁମାର ଜେନା): ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରି ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ୱସ୍ତରୀୟ ହେଲଥ୍ କେୟାର ପଦକ୍ଷେପର ଅନାବରଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ତାଜ ମହଲ ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପଦକ୍ଷେପର ଲୋଗୋ ଅନାବରଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀତି ଆୟୋଗର ସଦସ୍ୟ ଡକ୍ଟର ଏମ୍. ଶ୍ରୀନିବାସ ଯୋଗଦେଇଥିବାବେଳେ ଆପୋଲୋ ହସ୍ପିଟାଲ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଡକ୍ଟର ପ୍ରତାପ ସି. ରେଡ୍ଡି, ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ଡକ୍ଟର ସଙ୍ଗୀତା ରେଡ୍ଡି ଏବଂ ଗ୍ରୁପ୍ ମେଡିକାଲ୍ ଡାଇରେକ୍ଟର ଡକ୍ଟର ଅନୁପ ସିବଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଚେନ୍ନାଇରୁ ଭିଡିଓ କନଫରେନ୍ସିଂ ଜରିଆରେ ଆପୋଲୋ ହସ୍ପିଟାଲ୍ସର ଭାଇସ୍ ଚେୟାରମ୍ୟାନ୍ ଡକ୍ଟର ପ୍ରୀଥା ରେଡ୍ଡି ମଧ୍ୟ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ଡକ୍ଟର ଏମ୍. ଶ୍ରୀନିବାସ ଏବଂ ଡକ୍ଟର ପ୍ରତାପ ସି. ରେଡ୍ଡିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ଡକ୍ଟର ଏମ୍. ଶ୍ରୀନିବାସ, ଡକ୍ଟର ପ୍ରତାପ ସି. ରେଡ୍ଡି ଏବଂ ଡକ୍ଟର ସଙ୍ଗୀତା ରେଡ୍ଡି ମିଳିତ ଭାବେ ଆପୋଲୋ ହସ୍ପିଟାଲ୍ସର ହେଲଥ୍ କେୟାର ପଦକ୍ଷେପର ଲୋଗୋ ଅନାବରଣ କରିଥିଲେ।

ଏହି ଅବସରରେ ଡକ୍ଟର ପ୍ରତାପ ସି. ରେଡ୍ଡି ତାଙ୍କ ବକ୍ତବ୍ୟରେ ଆପୋଲୋ ହସ୍ପିଟାଲ୍ସର ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଆମେରିକାରୁ କାର୍ଡିଓଲୋଜିଷ୍ଟ ଭାବେ ଭାରତ ଫେରି ସେ ଦେଶରେ ଆପୋଲୋ ହସ୍ପିଟାଲ୍ସ ପ୍ରତିଷ୍ଠା କରିଥିଲେ। ଭାରତରେ ଆଧୁନିକ ଚିକିତ୍ସାସେବାର ବିକାଶରେ ଆପୋଲୋ ହସ୍ପିଟାଲ୍ସର ଉଲ୍ଲେଖନୀୟ ଅବଦାନ ରହିଛି। ଆଜି ଦେଶ ବାହାରୁ ମଧ୍ୟ ଅନେକ ରୋଗୀ ଆପୋଲୋରେ ବିଶ୍ୱସ୍ତରୀୟ ଚିକିତ୍ସାସେବା ପାଇଁ ଆସୁଛନ୍ତି।

ସ୍ମରଣଯୋଗ୍ୟ ଯେ, ଆପୋଲୋ ହସ୍ପିଟାଲ୍ସ ଭାରତର ଏକ ପ୍ରମୁଖ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ୍ସ ଗୋଷ୍ଠୀ। ଏସିଆ-ପ୍ରଶାନ୍ତ କ୍ଷେତ୍ରର ବିଭିନ୍ନ ଦେଶରେ ମଧ୍ୟ ଏହାର ଉପସ୍ଥିତି ରହିଛି। ୨୭ଟି ସହରରେ ଥିବା ୭୦ରୁ ଅଧିକ ହସ୍ପିଟାଲ୍‌ରେ ୮,୦୦୦ରୁ ଅଧିକ ଡାକ୍ତର ରୋଗୀଙ୍କୁ ଉନ୍ନତମାନର ଚିକିତ୍ସାସେବା ପ୍ରଦାନ କରୁଛନ୍ତି।

ଆପୋଲୋ ହସ୍ପିଟାଲ୍ସର ବିଶେଷଜ୍ଞ ଡାକ୍ତରମାନେ ହୃଦରୋଗ, ଅର୍ଥୋପେଡିକ୍ସ, ମେରୁଦଣ୍ଡ ଚିକିତ୍ସା, ନ୍ୟୁରୋଲୋଜି ଓ ନ୍ୟୁରୋସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ସ୍ତ୍ରୀରୋଗ, ଅଙ୍କୋଲୋଜି, ପ୍ରତିରୋପଣ, ଆଇସିୟୁ, ଜରୁରୀକାଳୀନ ଚିକିତ୍ସା, ପ୍ରତିରୋଧକ ଚିକିତ୍ସା, ରୋବୋଟିକ୍ସ, ବାରିଆଟ୍ରିକ୍ ସର୍ଜରୀ, ନେଫ୍ରୋଲୋଜି, ୟୁରୋଲୋଜି ଏବଂ କୋଲୋରେକ୍ଟଲ୍ ସର୍ଜରୀ ସମେତ ବିଭିନ୍ନ ଜଟିଳ ଚିକିତ୍ସା କ୍ଷେତ୍ରରେ ସେବା ଯୋଗାଇ ଆସୁଛନ୍ତି।

ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଯୁକ୍ତି, ଅଭିଜ୍ଞ ବିଶେଷଜ୍ଞ ଏବଂ ରୋଗୀକୈନ୍ଦ୍ରିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆପୋଲୋ ହସ୍ପିଟାଲ୍ସର ଏହି ନୂଆ ପଦକ୍ଷେପ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.