ଅଧିକ ଭଡ଼ା ଓ ହଇରାଣ ଅଭିଯୋଗ ।

8

‘ବାଙ୍କେଶ୍ୱରୀ’ ବସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ଜିଲ୍ଲା ପରିବହନ ଅଧିକାରୀ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ହାଇଦ୍ରାବାଦରୁ ମାଲକାନଗିରି ମଧ୍ୟରେ ଚଳାଚଳ କରୁଥିବା ‘ବାଙ୍କେଶ୍ୱରୀ’ ନାମକ ଘରୋଇ ବସ୍‌ରେ ଯାତ୍ରୀ ଶୋଷଣ ଓ ନିୟମ ଉଲ୍ଲଂଘନର ଗମ୍ଭୀର ଅଭିଯୋଗ ଆସିଛି। ଟିକେଟ୍ ନଦେଇ ଅତ୍ୟଧିକ ଭଡ଼ା ଆଦାୟ, ସିଟ୍ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଇବା ଏବଂ ପ୍ରତିବାଦ କଲେ ଦୁର୍ବ୍ୟବହାର କରାଯାଉଥିବା ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
​ଯାତ୍ରୀଙ୍କ ସଂଗୀନ ଅଭିଯୋଗ
​ଅତ୍ୟଧିକ ଭଡ଼ା ନିୟମିତ ଟିକେଟ୍ ନଦେଇ ଯାତ୍ରୀଙ୍କଠାରୁ ମନଇଚ୍ଛା ୧୪୦୦ ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଆଦାୟ କରାଯାଉଛି।
​ ଗୋଟିଏ ସିଟ୍‌ରେ ଏକାଧିକ ଯାତ୍ରୀଙ୍କୁ ବସାଯାଉଛି। ଦାଦନ ଶ୍ରମିକ, ରୋଗୀ ଓ ମହିଳା ଯାତ୍ରୀମାନେ ଦୀର୍ଘ ଦୂରତା ଯାତ୍ରା ବେଳେ ପ୍ରତିବାଦ କଲେ, ଡ୍ରାଇଭର ଓ କଣ୍ଡକ୍ଟର ଗାଳିଗୁଲଜ କରିବା ସହ ଅଧା ରାସ୍ତାରୁ ଓହ୍ଲାଇ ଦେଉଥିବା ଅଭିଯୋଗ ହୋଇଛି।
ଏହି ସମସ୍ୟା ନେଇ ମାଲକାନଗିରି ପରିବହନ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ସୂଚନା ଅନୁସାରେ ​ବସ୍‌ ବିରୋଧରେ ପୂର୍ବରୁ ୩ ଥର ଜରିମାନା କରାଯାଇଛି ଏବଂ ବାରମ୍ବାର ତାଗିଦ୍ ମଧ୍ୟ କରାଯାଇଛି।
​ପୁନର୍ବାର ନିୟମ ଉଲ୍ଲଂଘନ କଲେ ବସ୍‌କୁ ସଂପୂର୍ଣ୍ଣ ଜବତ କରାଯିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ପ୍ରତିକ୍ରିୟା ରେ କହିଛନ୍ତି।
​ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ରହିଥିବା ନିୟମକୁ ବାରମ୍ବାର ଅଣଦେଖା କରାଯାଉଥିବାରୁ, ଏବେ ପରିବହନ ବିଭାଗ କେତେ ଶୀଘ୍ର ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.