ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବନ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ନିମନ୍ତେ ମାଲକାନଗିରି ବନଖଣ୍ଡ ପକ୍ଷରୁ ୭ ଦିନିଆ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ତିନୋଟି ପର୍ଯ୍ୟାୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିର ରେ ବନରକ୍ଷୀ, ବନପାଳ, ବନାଞ୍ଚଳ ଅଧିକାରୀ ଓ ସହକାରୀ ବନ ସଂରକ୍ଷକ ମାନେ ଅଂଶଗ୍ରହଣ କରିଛନ୍ତି। ପ୍ରଶିକ୍ଷଣରେ ଅସ୍ତ୍ରଶସ୍ତ୍ରର ସୁରକ୍ଷିତ ବ୍ୟବହାର, ଗୋଳାବାରୁଦ ପରିଚାଳନା, ଆରକ୍ଷା ସହିତ ବିଭିନ୍ନ ଜରୁରୀ କାଳୀନ ପରିସ୍ଥିତିରେ କିଭଳି ପଦକ୍ଷେପ ନିଆଯିବ, ସେନେଇ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି। ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସୁରକ୍ଷା ଓ ବନ ଅପରାଧ ନିୟନ୍ତ୍ରଣ ସମୟରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ସୁରକ୍ଷା ବଢ଼ାଇବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମାଲକାନଗିରି ଡି ଏଫ ଓ ସାଇ କିରଣ ଡିଏନ ସୂଚନା ଦେଇଛନ୍ତି। ଏହା ଦ୍ବାରା ବନ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ବନ ବିଭାଗ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।