ପାଇକମାଳ ହାଇସ୍କୁଲରେ ସାଇବର୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଅନୁଷ୍ଠିତ

8

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:– ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ହାଇସ୍କୁଲରେ ସାଇବର୍ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ପାଇକମାଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ମୋବାଇଲ୍ ର ଫେସବୁକ୍,ଇନଷ୍ଟାଗ୍ରାମ ମାଧ୍ୟମରେ ସାଇବର୍ ଠକେଇ କିପରି ହୁଏ ତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତାହାର ସୁରକ୍ଷା ପାଇଁ ମଧ୍ଯ ସାଇବର୍ ହେଲ୍ପ ଲାଇନ୍ ନମ୍ବର ୧୯୩୦ ବିଷୟରେ ଆଲୋଚନା କରିଥିଲେ ଏବଂ ଏସ.ଆଇ. ବୀଣା ଟିର୍କୀ ଏ.ଟି.ଏମ ମାଧ୍ୟମ ରେ ଟଙ୍କା ପଇସା କିପରି ଠକେଇ ହୁଏ ତା ବିଷୟରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପାଇଁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ୧୩୨ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ଏବଂ ପରିଶେଷରେ ବବିତା ବେହେରା ଧନ୍ଯବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.