ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ତରଫରୁ ”ନିଶାମୁକ୍ତ ଭାରତ ଅଭିଯାନ” ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ସରିତା ଭଉଣୀ , ମୌସୁମୀ ଭଉଣୀ ଓ ସୀମାଞ୍ଚଳ ଭାଇ ଯୋଗଦେଇ ”ନିଶାମୁକ୍ତ” କିପରି ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମକୁମାରୀ ସୁଜାତା ଭଉଣୀ କହିଥିଲେ ଯେ ନିଶା ସେବନ ଖାଲି ମଦ୍ୟ , ଗୁଡଖା , ତମାଖୁ , ସିଗାରେଟ ନୁହେଁ ତା’ ବ୍ୟତୀତ ମୋବାଇଲ , ଜିଦିପଣିଆ ଏ ଗୁଡିକ ମଧ୍ୟ ଗୋଟିଏ ଗୋଟିଏ ନିଶା। ଏହା ମନୁଷ୍ୟକୁ ପାଗଳ କରିଦିଏ । ନିଶା କରିବା ଲାଗି ମନୁଷ୍ୟ କିପରି ହିତାହିତ ଜ୍ଞାନ ଭୁଲିଯାଇ ନିଜର ଓ ପରିବାରର କ୍ଷତି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ଅଧ୍ଯକ୍ଷା ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜିର ଯୁବପିଢି ହେଉଛନ୍ତି ଆମର ସଂପତ୍ତି ଆଗମୀ ଦିନରେ ସେମାନଙ୍କ ଦ୍ଵାରା ହିଁ ଦେଶର ନିଶାମୁକ୍ତ କିପରି ରୋକା ଯାଇପାରିବ ଓ ସେମାନଙ୍କ ପ୍ରୟାସ , ସଚେତନତା କାର୍ଯ୍ୟକ୍ରମ ଦ୍ଵାରା ହିଁ ଏହା ସମ୍ଭବ ହେବ ବୋଲି କରିଥିଲେ ।
ଶପଥ ପାଠ ପରେ ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଅଧ୍ଯକ୍ଷାଙ୍କୁ ପ୍ରମାଣପତ୍ର ପ୍ରଦାନ ପରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩୫୦ ରୁ ଉର୍ଦ୍ଧ୍ଵ ଛାତ୍ରୀ ଉପସ୍ଥିତ ରହିଥିଲେ । ଅଧ୍ୟାପିକା ବରଦା ଆଚାର୍ଯ୍ୟ , ଅଧ୍ୟାପିକା ଶର୍ମିଷ୍ଠା ଭୁକ୍ତା , ଅଧ୍ୟାପିକା ସୁନୀତା ଗମାଙ୍ଗ , ଅଧ୍ୟାପକ ଅଜିତ୍ କମ୍ଭାର ବେହେରା ଓ ଦୁର୍ଯ୍ୟୋଧନ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.