ନିର୍ବାଚନ ପାଇଁ ସାଧାରଣ, ଖର୍ଚ୍ଚ ତଦାରଖ ଓ ଆଇନ ଶୃଙ୍ଖଳା ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଯାଜପୁର,(ଜୟଶଙ୍କର ଦାଶ)ଯାଜପୁର ଜିଲ୍ଲାର  ଗୋଟିଏ ଲୋକସଭା ଓ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତର ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଚ୍ଥି ।  ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଓ ଆଇନ ଶୃଙ୍ଖଳା ପର୍ଯ୍ୟବେକ୍ଷକ ଭାବେ ଏହି ପର୍ଯ୍ୟବେକ୍ଷକ ମାନେ ନିର୍ବାଚନ କାର୍ଯ୍ୟକୁ ଅନୁଧ୍ୟାନ ଓ ପରିଚାଳନା କରିବେ ।  ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ୪୮ -ବିଂଝାରପୁର, ୪୯-ବରୀ,  ୫୨-ଯାଜପୁର ଓ ୫୩ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ  ନିତେଶ ପାଟିଲ ଏବଂ ୫୦-ବଡଚଣା, ୫୧-ଧର୍ମଶାଳା, ୫୪-ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ଦିଲିପ କୁମାରଙ୍କୁ ଦାୟିତ୍ୱ   ଦିଆଯାଇଚ୍ଥି ।  ସେହିପରି ଭାରତୀୟ ପୋଲିସ ସେବା ଅଧିକାରୀ ସନ୍ତୋଷ କୁମାର ସିଂ ଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଚ୍ଥି ।  ସେମାନେ ନିର୍ବାଚନ ତଦାରଖ, ଖର୍ଚ୍ଚ ତଦାରଖ ଓ ଆଇନ ଶୃଙ୍ଖଳା ସଂପର୍କରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା  ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।  

 

 

 

 

 

 

 

Leave A Reply

Your email address will not be published.