କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି । ସ୍ଥାନୀୟ ନୂଆପଡ଼ା ଟାଉନସିପ୍, ହେଲିପ୍ୟାଡ ଗ୍ରାଉଣ୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ ଶ୍ରୀ ରବିନାରାୟଣ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ । ଏହାପରେ ଜାତୀୟ ସଙ୍ଗୀତ ଗାନ ହେବା ସହିତ ପ୍ୟାରେଡ୍ ଦଳ ପରିଦର୍ଶନ କରିବା ସହ ଶ୍ରୀ ମିଶ୍ର କମ୍ପାନୀ ସୁରକ୍ଷା କର୍ମୀ, ତଥା କର୍ମଚାରୀ ଓ ଏନସିସି ଦଳ ପକ୍ଷରୁ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାର୍ଥୀ ତଥା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ଦେଶାତ୍ମକ ବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର କହିଥିଲେ ଯେ, ଦେଶକୁ ସ୍ବାଧୀନତା ଦେଇଥିବା ବୀର ସହିଦ୍ ଯବାନ ଓ ମହାନ୍ ଜନନୟକଙ୍କ ବଳୀଦାନକୁ ମନେପକାଇବା ସହ ଦେଶର ସୁରକ୍ଷାରେ ନିୟୋଜତ ସୁରକ୍ଷା କର୍ମୀଙ୍କ ଦେଶ ସେବା ପ୍ରତି ପ୍ରତିବଦ୍ଧତାକୁ ଭୂୟୁସି ପ୍ରଶଂସା କରିଥିଲେ । ଦେଶର ବିକାଶ ପାଇଁ ଶିଳ୍ପ କାରଖାନାର ଗୁରୁତତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାଧୀନତା ପରଠୁ ଦେଶରେ ଶିଳ୍ପ ପ୍ରତଷ୍ଠା ଜରିଆରେ ଲୋକଙ୍କୁ କର୍ମନିଯୁକ୍ତି ତଥା ଦେଶକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ପ୍ରୟାସ ଗ୍ରହଣ କରାଯାଇଛି । ଆଧୁନିକତା ବିଜ୍ଞାନର ଉନ୍ନତି ଜରିଆରେ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ଉନ୍ନତି କରିଛି । ଏହି ଆଧୁନିକତା କ୍ଷେତ୍ରରେ ଅଭ୍ୟୁଦୟ ପ୍ରକଳ୍ପ ଜରିଆରେ ଭବିଷ୍ୟତ ପିଢ଼ିର ଶିଳ୍ପ କଳକାରଖାନା ଭାବେ ଉତ୍କଳ ଆଲୁମିନା ସକ୍ଷମ ହୋଇଛି । ସାମାଜିକ ପ୍ରତିବଦ୍ଧତା ଦିଗରେ ଉତ୍କଳ ଆଲୁମିନା ଏହାର ସିଏସଆର ଅନ୍ତର୍ଗତ ପାର୍ଶ୍ୱସ୍ଥ ଗ୍ରାମାଞ୍ଚଳରେ ସମାଜମଙ୍ଗଳ କାର୍ଯ୍ୟକ୍ରମ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳର ସାମାଜିକ ଉନ୍ନତି ଏହା ଉତ୍ତମ ଶିଳ୍ପ କଳକାରଖାନା ହେବାର ସାମାଜିକ ସିକୃତିକୁ ଅତ୍ୟନ୍ତ ଜରୁରୀ । ସାମ୍ପ୍ରତିକ ସମୟରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ସବୁଜ ଉର୍ଜା ଦିଗରେ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଟେରୀ ଚଳିତ କାର ପାଇଁ ବିଭିନ୍ନ ଉପାଦାନ ତିଆରି କରିବା ସହ ସଷ୍ଟେନେବିଲିଟି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହା ପରେ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଏସଏସଟିଏଫ୍, ଏସ ଆଇଏସ, ଏସଏଲଭି, ଏନସିସି ସଦସ୍ୟ ଦଳଙ୍କୁ ସମ୍ମାନିତ କରାଯିବା ସହ ଶ୍ରେଷ୍ଟ ବିବେଚିତ ହୋଇଥିବା ପ୍ୟାରେଡ୍ ସଦସ୍ୟ ଦଳକୁ କାରଖାନାର ବରିଷ୍ଠ ଅଧିକାରୀ ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାରଖାନାର ବରିଷ୍ଠ କର୍ମଚାରୀ, ଉତ୍ତମ ଗିରି, ନାରାୟଣ ମିତ୍ରା, ବିଶ୍ୱଜିତ୍ ଜୱର୍ଦାର, ଗୁରୁଦତ୍ତ ରଥ, ଦେବୀ ପ୍ରସାଦ ସାହୁ, ପଲ୍ ଗୁପ୍ତା, କିରନ ନାୟକଙ୍କ ସମେତ ଅନ୍ୟ ନେତୃମଣ୍ଡଳୀ ତଥା କାରଖାନାର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷେ ବାଫ୍ଲିମାଳି ଖଣି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଖଣି ମୁଖ୍ୟ ବିଜୟ ଚୌହାନ ଯୋଗଦେଇ ଜାତୀୟ ପତାକା ଉତ୍ତଳନ କରିଥିଲେ ।