୮୦ତମ ସ୍ୱାଧୀନତା ଦିବସରେ ଆର୍‌ଜିଏଚ୍‌ରେ ରୋଗୀଙ୍କୁ ଫଳ ବଣ୍ଟନ

10


ମାନବିକତାର ନିଆରା ପ୍ରୟାସ; ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଅତିଥିମାନେ

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ୮୦ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇ ଏକ ମାନବିକ ଓ ସେବାମୂଳକ ପଦକ୍ଷେପ ନିଆଯାଇଛି।
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ବିପିନ ବିହାରୀ ପଟ୍ଟନାୟକ ଓ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ଯୋଗଦେଇ ରୋଗୀମାନଙ୍କୁ ନିଜ ହାତରେ ଫଳ ବଣ୍ଟନ କରିଥିଲେ। ଏଥିସହ ସେ ସମସ୍ତ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।
ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ଡାକ୍ତରଖାନାର ଅଧୀକ୍ଷକ ଡା. ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଏବଂ ଡାକ୍ତରଖାନାର ସହ-ଅଧୀକ୍ଷକ ଡା. ପଣ୍ଡିତ ସାହୁ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ସୁଶ୍ରୀ ଦୀନା ଦସ୍ତଗୀର ଡାକ୍ତରମାନଙ୍କ ସହ ହସ୍ପିଟାଲର ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ। ରୋଗୀମାନଙ୍କ ମଧ୍ୟରେ ଫଳ ବଣ୍ଟନ ଏକ ମହତ ଓ ମାନବିକ କାର୍ଯ୍ୟ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଡାକ୍ତରଖାନାର ମ୍ୟାନେଜର ପ୍ରାଣତୋଷ ମଣ୍ଡଳ, ସହଯୋଗୀ ଶ୍ରୀବତ୍ସ କୁମାର ରଥ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ସମାଜସେବୀ ଅନିରୁଦ୍ଧ ସ୍ୱାଇଁ, ପି.କେ. ମଣ୍ଡଳ, ଶାସକ ପ୍ରଶାସକ ସୁନ୍ଦରଗଡ଼ ଜିଲ୍ଲା ସାମ୍ବାଦିକ ବସନ୍ତ କୁମାର ଜେନା, ଯୁବ ସଂଗଠକ ଅବିନାଶ ପୁହାଣ, ହିମାଂଶୁ ପ୍ରଜାପତି, ଅମୀୟ ମହାରାଣା, ଯୁବ ସଂଗଠକ ଅସିତ କୁମାର ମହାନ୍ତି, ଆପେଲା ସ୍ୱାମୀ ଓ ହରଷ ରାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ସ୍ୱାଧୀନତା ଦିବସ ଭଳି ଏକ ଜାତୀୟ ପର୍ବରେ ରୋଗୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଖୁସି ବାଣ୍ଟିବାର ଏହି ପ୍ରୟାସ ସମାଜରେ ମାନବିକତା, ସେବା ଓ ସହଯୋଗର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।

Leave A Reply

Your email address will not be published.