ଗଜପତିରେ ଭୋଟର ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିଷ୍ପତି କ୍ରମେ  ଗଜପତି ଜିଲ୍ଲାର ଗୁମ୍ମା,ଗୋଷାଣି ଏବଂ ପାରଳା ପୌରାଞ୍ଚଳର  ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ଜିଲ୍ଲା କଳା ସଂସ୍କୃତି ସଂଘ ଦ୍ୱାରା ପଞ୍ଜିକୃତ କଳାକାରମାନଙ୍କ ଦ୍ୱାରା  ପାରମ୍ପରିକ ଲୋକ ନୃତ୍ୟ ମାଧ୍ୟମରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଏପ୍ରିଲ ୪ତାରିଖ ମଧ୍ୟରେ ଅନ୍ୟ ସମସ୍ତ ବ୍ଲକ ମାନଙ୍କରେ ଶେଷ କରିବାକୁ ସ୍ଥିର କରାଯାଇଛି । ସଚେତନତା କାର୍ଯ୍ୟକ୍ରମରେ ମତଦାତା ମାନେ ନିଜର ମତ ଦାନ କରିବାକୁ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ନିଜର ଭୋଟ ପରିଚୟ ପତ୍ର ନେବାକୁ ଯେପରି ଭୁଲିବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଯେଉଁ ଭୋଟର ମାନଙ୍କ ପାଖରେ କୌଣସି କାରଣରୁ ଭୋଟ ପରିଚୟ ପତ୍ର ନଥିବ ସେମାନେ ନିର୍ବାଚନ କମିଶନରଙ୍କଦ୍ୱାରା ନିର୍ଦ୍ଧାରିତ ୧୧ଗୋଟି ପ୍ରମାଣ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ସାଙ୍ଗରେ ନେବା ବାଧ୍ୟତାମୂଳକ ଅଟେ । ୧୧ଗୋଟି ପ୍ରମାଣ ପତ୍ର ମଧ୍ୟରୁ ପାସପୋର୍ଟ, ସ୍ମାର୍ଟକାର୍ଡ,ଜବ୍‍କାର୍ଡ, ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଫୋଟଥିବା ପେନସନ, ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍‍ସ , ଫଟୋ ଥିବା ସରକାରୀ କାର୍ଯ୍ୟ କ୍ଷେତ୍ରର ପରିଚୟ ପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସ ପାସ୍‍ବୁକ , ଆଧାରକାର୍ଡ,ସାଂସଦ କିମ୍ୱା ବିଧାୟକଙ୍କ ପରିଚୟ ପତ୍ର, ପାନ କାର୍ଡ ଇତ୍ୟାଦି ଅନ୍ତର୍ଭୁକ୍ତ । କଳାକାର ମାନେ ଉପରୋକ୍ତ ସୂଚନା ସମ୍ପର୍କରେ ନାଚଗୀତ ମାଧ୍ୟମରେ ଭୋଟର ମାନଙ୍କୁ ଅଧିକ ସଚେତନ କରାଇବେ । ଯାହା ଫଳରେ ନିର୍ବାଚନ ଅଧିକ ମତଦାନ ହେବା ଦ୍ୱାରା ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିବ ।

 

 

Leave A Reply

Your email address will not be published.